www.samajalive.in
Tuesday, December 9, 2025
17.1 C
Bhubaneswar

ବିବାଦୀୟ ଏସଆଇଙ୍କ ସମେତ ୪ ନିଲମ୍ବିତ

କେନ୍ଦୁଝରଗଡ: ଜଣେ ଚୋରା ମଦ ବ୍ୟବସାୟୀଙ୍କୁ ରାମଚନ୍ଦ୍ରପୁର ପୁଲିସ ଚଳିତମାସ ୧ ତାରିଖ ପୁର୍ବାହ୍ନରେ ଘରୁ ଉଠାଇ ଆଣି ମାଡ ମାରି ଲହୁଲୁହାଣ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ରାମଚନ୍ଦ୍ରପୁର ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କ ସମେତ ୬ଜଣ ପୁଲିସ କର୍ମଚାରୀ ଏବଂ ପୁଲିସ ଆକ୍ରମଣର ଶୀକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ମୁଖ୍ୟାଳୟକୁ ଡକାଇ ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଏସ୍ .ପି. ମିତ୍ରଭାନୁ ମହାପାତ୍ର ରାମଚନ୍ଦ୍ରପୁର ଥାନା ଏସଆଇ ବିଶ୍ୱଜିତ ବେହେରା, ଏପିଆର କନଷ୍ଟେବଲ ବାଇଧର ଜେନା ଓ ତାପସ ରଞ୍ଜନ ପରିଡା ଏବଂ ଡ୍ରାଇଭର ମୃତ୍ୟ୍ୟୁୁଞ୍ଜୟ ନାୟକଙ୍କୁ ଶୁକ୍ରବାର ଚାକିରୀରୁ ନିଲମ୍ବିତ କରିବା ସହ ପୁଲିସ ମୁଖ୍ୟାଳୟରେ ଉପସ୍ଥିତ ରହିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାମଚନ୍ଦ୍ରପୁର ଥାନା ଅଧୀନ ପଦନପୁର ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଚୋରା ମଦ ବ୍ୟବସାୟ କରି ଆସୁଥିବା ଅଭିଯୋଗ ପାଇ ଥାନା ଏସଆଇ ବିଶ୍ୱଜିତ ବେହେରା ଅପ୍ରେଲ ୧ ତାରିଖ ପୂର୍ବାହ୍ନରେ ତାଙ୍କ ଘରେ ଚଢ଼ଉ କରିଥିଲେ ହେ ଘରୁ କୌଣସି ମାଦକ ଦ୍ରବ୍ୟ ପାଇନଥିଲେ। ଏହାସତ୍ତ୍ବେ ଏସଆଇ ବିଶ୍ୱଜିତ ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ ନିସ୍ତୁକ ମାଡ ମାରିବା ସହ ଘର ସମ୍ମୁଖରେ ଥିବା ତାଙ୍କ ବାଇକକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ ପୁଲିସ ଗାଡିରେ ବସାଇ ଆଣିବା ପରେ ରାସ୍ତାରେ ଓହ୍ଲାଇ ଉଲଗ୍ନ କରି ନିସ୍ତୁକ ମାଡ ମାରି କ୍ଷତାକ୍ତ କରିବା ସହ ସମ୍ପୃକ୍ତ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଭଳି ପୁଲିସର ତାଲିବାନୀ ଶାସନକୁ ପଦାରେ ପକାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories