www.samajalive.in
Monday, December 8, 2025
17.1 C
Bhubaneswar

କରୋନା: ଆମେରିକାରେ ଦିନକରେ ୧୪୮୦ ମୃତ, ୩୨ ହଜାର ଆକ୍ରାନ୍ତ

ୱାଶିଂଟନ: କରୋନା ଭୂତାଣୁ ସାରା ବିଶ୍ବରେ ଉତ୍କଟ ରୂପ ଧାରଣ କରିଥିବାବେଳେ ଆମେରିକା ସବୁଠୁ ବେଶୀ ପ୍ରଭାବିତ ହୋଇଛି। ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏହି ଦେଶ କରୋନା ଭୂତାଣୁ ଆଗରେ ମୁଣ୍ଡ ପାତିଛି। ଏଠାକାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଜନ ହପକିନ୍‌ସ ବିଶ୍ବବିଦ୍ୟାଳୟର ସୂଚନା ଅନୁସାରେ, ଆମେରିକାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୭ ହଜାର କରୋନା ଦ୍ବାରା ସଂକ୍ରମିତ ହୋଇସାରିଛନ୍ତି। ୭ ହଜାର ୪୦୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ କେବଳ ଗତ ଶୁକ୍ରବାର ଦିନ ଏଠାରେ ୧୪୮୦ ଜଣ ପ୍ରାଣ ହରାଇଥିବାବେଳେ ୩୨ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏହି ଗୋଟିଏ ଦିନର ତଥ୍ୟରୁ ଦେଶରେ କରୋନା କେତେ ମାରାତ୍ମକ ରୂପ ଧାରଣ କରିଛି ତାହା ସ୍ପଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ କୌଣସି ଗୋଟିଏ ଦିନରେ ମୃତ୍ୟୁ ଏବଂ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ। ଆଗାମୀ ୨ ଦିନରେ ସ୍ଥିତି ଆହୁରି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories