www.samajalive.in
Saturday, December 6, 2025
26.1 C
Bhubaneswar

ସାମରିକ ସାମଗ୍ରୀ କ୍ରୟକୁ ନେଇ ଆମେରିକା-ଚୀନ ମୁହାଁମୁହିଁ

ୱାଶିଂଟନ/ବେଜିଂ : ବାଣିଜ୍ୟ ଯୁଦ୍ଧ ପରେ ଏବେ ସାମରିକ ସାମଗ୍ରୀ କ୍ରୟକୁ ନେଇ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ଆମେରିକା ଓ ଚୀନ୍‍ ମଧ୍ୟରେ ନୂତନ ବିବାଦ ସୃଷ୍ଟି ହୋଇଛି।
ରୁଷ୍‍ଠାରୁ ଏସ୍‍-୪୦୦ କ୍ଷେପଣାସ୍ତ୍ର କ୍ରୟ କରିଥିବାରୁ ଚୀନ୍‍ ଉପରେ ଆମେରିକା କଟକଣା ଲାଗୁ କରିଛି। ଚୀନ୍‍ ୨୦୧୭ ଡିସେମ୍ବରରୁ ୨୦୧୮ ଜାନୁଆରୀ ମଧ୍ୟରେ ରୁଷଠାରୁ ଏସ୍‍ୟୁ-୩୫ ଯୁଦ୍ଧ ବିମାନ ଏବଂ ଏସ୍‍-୪୦୦ କ୍ଷେପଣାସ୍ତ୍ର କ୍ରୟ କରିଥିଲା। ଏହାକୁ ନେଇ ସିଏଏଟଏସ୍‍ଏ-୨୦୧୭ ଆଇନ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ ଇଡିଡି (ଉପକରଣ ଉନ୍ନୟନ ବିଭାଗ) ଉପରେ କଟକଣା ଲଗାଇଛି। ଏହି ଘଟଣା ପରେ ଏବେ ଆମେରିକା ଓ ଚୀନ୍‍ ମୁହାଁମୁହିଁ ହୋଇଛନ୍ତି। ଏଭଳି କଟକଣା ଲାଗୁ ଦ୍ୱାରା ଆମେରିକା ଅନ୍ତର୍ଜାତୀୟ ସମ୍ପର୍କ ସମ୍ବନ୍ଧୀୟ ମୌଳିକ ନୀତିନିୟମ ଉଲ୍ଲଙ୍ଘନ କରିଥିବା ଚୀନ ଦର୍ଶାଇଛି। ଏଥିସହ ତୁରନ୍ତ ଏହାର ତଥାକଥିତ କଟକଣା ପ୍ରତ୍ୟାହାର ନ କଲେ ପରିସ୍ଥିତି ଭୋଗିବାକୁ ହେବ ବୋଲି ଚୀନ୍‍ ଆମେରିକାକୁ ଚେତାବନୀ ଦେଇଛି।
ଅନ୍ୟପଟେ ଚୀନ୍‍ ଭଳି ଅନ୍ୟ ଯେଉଁ ରାଷ୍ଟ୍ର ରୁଷଠାରୁ ସାମରିକ ସାମଗ୍ରୀ କ୍ରୟ କରିବ ତାହା ବିରୋଧରେ ମଧ୍ୟ କଟକଣା ଲାଗୁ ହେବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାରତ ୬ ବିଲିୟନ୍‍ ଡଲାର ମୂଲ୍ୟରେ ରୁଷଠାରୁ ୫ଟି ଏସ୍‍-୪୦୦ କ୍ଷେପଣାସ୍ତ୍ର କ୍ରୟ କରିବାକୁ ଯୋଜନା ରଖିଛି। ଏହି ଦୃଷ୍ଟିକୋଣରୁ ଭାରତ ବିରୋଧରେ ମଧ୍ୟ ଆମେରିକା କଟକଣା ଲାଗୁ କରିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ସିଏଏଟିଏସ୍‍ଏ ଆଇନରେ ସଂଶୋଧନ କ୍ରମେ ଏହି କଟକଣା କୋହଳ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କୁ ବିଶେଷ ଅଧିକାର ଦିଆଯାଇଛି। ଏହି ସଂଶୋଧିତ ଆଇନ ବଳରେ ଟ୍ରମ୍ପ ଆଇନ ବ୍ୟବସ୍ଥାରୁ ଏହାକୁ ମୁକ୍ତି ଦେବା ନେଇ ଭାରତକୁ ଆମେରିକୀୟ ଅଧିକାରୀଙ୍କ ଉପରେ ଚାପ ପକାଇଛି। ଚିଳତ ମାସ ପ୍ରାରମ୍ଭରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ବେଳେ ଭାରତୀୟ ଅଧିକାରୀମାନେ ଭାରତ ପାଇଁ ଏହି କଟକଣା କୋହଳ କରିବାକୁ ଆମେରିକୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଅନୁକୂଳ ପରିସ୍ଥିତିରେ କଟକଣା କୋହଳ କରାଯାଇପାରେ ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି।
ଉଲ୍ଲେଖ ଯେ, ୨୦୧୬ରେ ଆମେରିକା ନିର୍ବାଚନରେ ହସ୍ତକ୍ଷେପ ତଥା ୟୁକ୍ରେନ ଉପରେ ଆକ୍ରମଣ ଘଟଣାକୁ ନେଇ ରୁଷକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ସିଏଏଟଏସ୍‍ଏ-୨୦୧୭ ଆଇନ ଅଣାଯାଇଥିଲା। ଏହି ଆଇନ ଅନୁସାରେ ଯେଉଁ ରାଷ୍ଟ୍ର ରୁଷର ଗୁଇନ୍ଦା, ସାମରିକ ସେବା ଅଥବା ସାମରିକ ଉତ୍ପାଦକଙ୍କ ସହିତ କୌଣସି ପ୍ରକାରର କାରବାର କରିବ ଆମେରିକା ସେମାନଙ୍କ ଉପରେ କଟକଣା ଲଗାଇବାର ବ୍ୟବସ୍ଥା ରହିଛି। ଏହା ଅଧୀନରେ ଆମେରିକା ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ର (ଚୀନ) ବିରୋଧରେ କଟକଣା ଲାଗୁ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories