www.samajalive.in
Friday, December 12, 2025
15.1 C
Bhubaneswar

ସାବରମତୀ ଆଶ୍ରମ ଯିବେ ନାହିଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଅହମ୍ମଦାବାଦ : ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ଭାରତରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଅନ୍ତିମ ସମୟରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ ପରେ ପରିବର୍ତ୍ତନ କରି ଚାଲିଛନ୍ତି। ଭାରତ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଗୁରୁବାର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି କାର୍ଯ୍ୟକ୍ରମର ସମସ୍ତ କାର୍ୟ୍ୟସୂଚୀ ସ୍ତିର ହେବାପରେ ମଧ୍ୟ ଏଥିରେ କିଛି ପରିବର୍ତ୍ତନ କରାଯାଇଛି।
ପ୍ରବକ୍ତାଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଗୁଜୁରାତରେ ପହଞ୍ଚିବା ପରେ ଏୟାରପୋର୍ଟରୁ ୧୦ କିଲୋମିଟର ଯାଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ‘ରୋଡ ସୋ’ ସାମିଲ ହେବେ। ଏହା ପରେ ଟ୍ରମ୍ପ ବିଶ୍ବର ସର୍ବବୃହତ ଷ୍ଟାଡିୟମ ‘ମୋର୍ଟାର’ ରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ସାବରମତୀ ଆଶ୍ରମ ଯିବେ ନାହିଁ। ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ମଧ୍ୟରେ ସାବରମତୀ ଆଶ୍ରମ ଏବଂ ଚରଖା ସଂଗ୍ରହାଳୟ ପରିଦର୍ଶନ ସାମିଲ ରହିଥିଲା। ଯାହାକୁ ଅନ୍ତିମ ସମୟରେ ପରିବର୍ତ୍ତନ କରିଛନ୍ତି ଟ୍ରମ୍ପ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories