ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବୈଷୟିକ ସହାୟତା ପ୍ରସଙ୍ଗ ପ୍ରମୁଖ ବିଷୟ ରହିଛି। ୱାଶିଙ୍ଗଟନ୍ ଡିସିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି, ଉଭୟ ଦେଶ ମଧ୍ୟରେ ୨୫ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି।
ଏହି ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେପ୍ଟେମ୍ବର ୧୧ ସନ୍ତ୍ରାସବାଦୀ ଆକ୍ରମଣର ଦୁଇ ଦଶନ୍ଧି ଓ ନଭେମ୍ବର ୨୬ ଆକ୍ରମଣର ଗୋଟିଏ ଦଶନ୍ଧି ବିତିଥିଲେ ମଧ୍ୟ ସନ୍ତ୍ରାସବାଦ ବିଶ୍ୱ ପାଇଁ ଏବେ ବି ସବୁଠୁ ବଡ଼ ଆହ୍ୱାନ ହୋଇ ରହିଛି। ବୈଦେଶିକ ସଚିବ କହିଛନ୍ତି ଯେ ଆମେରିକା’ ଭାରତରେ ୨ଟି ନୂଆ ବାଣିଜ୍ୟ ଦୂତାବାସ ଖୋଲିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି। ଗୋଟିଏ ବାଣିଜ୍ୟ ଦୂତାବାସ ଅହମ୍ମଦାବାଦ ଓ ଅନ୍ୟଟି ବେଙ୍ଗାଲୁରୁରେ ଖୋଲାଯିବ।



