www.samajalive.in
Saturday, December 6, 2025
19.1 C
Bhubaneswar

ଆମେରିକାକୁ ବି ହ୍ବାଟ୍ସଆପ୍ ଉପରେ ନାହିଁ ଭରସା, ସରକାରୀ କର୍ମଚାରୀଙ୍କ ବ୍ୟବହାର ଉପରେ ରୋକ୍

ନୂଆଦିଲ୍ଲୀ: ଇରାନ ପରେ ଏବେ ଆମେରିକା ସଂସଦ ସମସ୍ତ ସରକାରୀ ଡିଭାଇସରୁ ହ୍ୱାଟ୍ସଆପ୍‌କୁ ନିଷିଦ୍ଧ କରିଛି। ରିପୋର୍ଟ ଅନୁସାରେ, ଡାଟା ସୁରକ୍ଷା ଏବଂ ସାଇବର ସୁରକ୍ଷା ସହ ଜଡ଼ିତ ବିପଦ ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଆମେରିକା ସରକାର ଏବେ ଆଉ ନିଜ ଦେଶର ଉତ୍ପାଦ ଏବଂ କମ୍ପାନୀଗୁଡ଼ିକ ଉପରେ ବିଶ୍ୱାସ କରୁନାହାଁନ୍ତି?

ରିପୋର୍ଟ ଅନୁସାରେ, ସୋମବାର ହାଉସ୍ ସାଇବରସିକ୍ୟୁରିଟି ଅଫିସ୍ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଏକ ମେମୋ ପଠାଯାଇଛି, ଯେଉଁଥିରେ ହ୍ୱାଟ୍ସଆପ୍‌କୁ ‘ଉଚ୍ଚ ବିପଦପୂର୍ଣ୍ଣ ଆପ୍‘ ବୋଲି କୁହାଯାଇଛି। ମେମୋରେ କୁହାଯାଇଛି ଯେ, ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷା ସମ୍ପର୍କରେ ହ୍ୱାଟ୍ସଆପ୍‌ ସ୍ୱଚ୍ଛତା ଦେଖାଉ ନାହିଁ। ଏଥିରେ ସଂରକ୍ଷିତ ତଥ୍ୟର ଏନକ୍ରିପ୍ସନ ନାହିଁ। ଏହାର ବ୍ୟବହାର ସାଇବର ଆକ୍ରମଣ ଏବଂ ତଥ୍ୟ ଲିକ୍ ହେବାର ଆଶଙ୍କା ବୃଦ୍ଧି କରେ।

- Advertisement -

ଏଣିକି ଫୋନରୁ ହଟାଇବାକୁ ପଡ଼ିବ ହ୍ବାଟ୍ସଆପ୍‌

ସଂସଦର କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ଯେ, ସେମାନେ ହ୍ବାଟ୍ସଆପ୍‌କୁ ସମସ୍ତ ଗୃହ-ପରିଚାଳିତ ଡିଭାଇସରୁ ହଟାଇ ଦିଅନ୍ତୁ, ତେଣିକି ତାହା ମୋବାଇଲ୍ ଫୋନ୍, କମ୍ପ୍ୟୁଟର ହେଉ କିମ୍ବା ୱେବ୍ ବ୍ରାଉଜରରେ ହେଉ। ସିଏଓ ଇମେଲରେ ଲେଖିଛି ଯେ, ‘‘ଯଦି ଆପଣଙ୍କ ଡିଭାଇସରେ ହ୍ବାଟ୍ସଆପ୍‌ ଅଛି, ତେବେ ଆପଣଙ୍କୁ ଏହାକୁ ହଟାଇବାକୁ କୁହାଯିବ।’’

କେଉଁସବୁ ଆପ୍‌କୁ ମିଳିଲା ସ୍ଥାନ?

ହ୍ୱାଟ୍ସଆପ୍ ବଦଳରେ ସରକାର କେତେକ ସୁରକ୍ଷିତ ମେସେଜିଂ ପ୍ଲାଟଫର୍ମ ଯେପରିକି ସିଗନାଲ, ମାଇକ୍ରୋସଫ୍ଟ ଟିମ୍ସ, ୱିକର, ଆପଲ୍ ଆଇମେସେଜ୍ ଏବଂ ଫେସଟାଇମ୍ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କର୍ମଚାରୀମାନଙ୍କୁ ଫିଶିଙ୍ଗ୍‌ ଆଟାକ୍‌ ଏବଂ ଅଜଣା ନମ୍ବରରୁ ଆସୁଥିବା ସନ୍ଦେହଜନକ ମେସେଜ୍ ବିଷୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।

ବିରୋଧ କଲା ମେଟା

ହ୍ୱାଟ୍ସଆପର ମୂଳ କମ୍ପାନୀ ମେଟା ପ୍ଲାଟଫର୍ମ ଏହି ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛି। କମ୍ପାନୀର ମୁଖପାତ୍ର ଆଣ୍ଡି ଷ୍ଟୋନ୍ କହିଛନ୍ତି, ‘‘ଆମେ ହାଉସ୍‌ର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ହ୍ୱାଟ୍ସଆପର ସୁରକ୍ଷା ବିଷୟରେ କରାଯାଇଥିବା ବ୍ୟାଖ୍ୟା ସହିତ ସମ୍ପୂର୍ଣ୍ଣ ଅସହମତ।’’ ମେଟା ଆଶା କରୁଛି ଯେ, ଭବିଷ୍ୟତରେ ଆମେରିକା ସିନେଟ୍ ପରି ସଂସଦରେ ମଧ୍ୟ ହ୍ବାଟ୍ସଆପ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯିବ।

ଇରାନରେ ମଧ୍ୟ ହ୍ବାଟ୍ସଆପ୍‌କୁ ନେଇ ଚିନ୍ତା

ଏହା ପୂର୍ବରୁ ଇରାନ ମଧ୍ୟ ଏହାର ନାଗରିକମାନଙ୍କୁ ହ୍ୱାଟସଆପ୍ ଡିଲିଟ୍ କରିବାକୁ ଅପିଲ୍ କରିଥିଲା। ସେଠାରେ ହ୍ୱାଟସଆପ୍ ମାଧ୍ୟମରେ ବିଦେଶୀ ଏଜେନ୍ସି, ବିଶେଷକରି ଇସ୍ରାଏଲ ସେନାକୁ ଲୋକେସନ୍ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ଲିକ୍ ହେବାର ଆଶଙ୍କା ଥିଲା। କିନ୍ତୁ ଇରାନର ସରକାରୀ ଗଣମାଧ୍ୟମ ଏହି ଦାବିର କୌଣସି ପ୍ରମାଣ ଦେଇନାହିଁ। ମେଟା ଏହି ଅଭିଯୋଗକୁ ମଧ୍ୟ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories