www.samajalive.in
Monday, December 15, 2025
27.1 C
Bhubaneswar

ମୃତ୍ୟୁମୁଖରୁ ବର୍ତ୍ତିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସି ଗୁଳିମାଡ଼ର ଅନୁଭୂତି ବଖାଣିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଏକ ନିର୍ବାଚନୀ ପ୍ରଚାର ସମୟରେ ହତ୍ୟା ଉଦ୍ୟମ କରାଯାଇଥିଲା। ଟମାସ୍ କ୍ରୁକ୍‌ସ ନାମକ ୨୦ ବର୍ଷୀୟ ଯୁବକ ଏକ କୋଠା ଉପରୁ ଟ୍ରମ୍ପଙ୍କୁ ଗୁଳି କରିଥିଲେ। ଏହି ଘଟଣା ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତେବେ ଏଘଟଣା ପରେ ପ୍ରଥମ ଥର ପାଇଁ ଟ୍ରମ୍ପ ଗଣମାଧ୍ୟମ ସାମ୍ନାକୁ ଆସି ସେ ଦିନର ଛାତିଥରା ଅନୁଭୂତି ବଖାଣିଛନ୍ତି।

ଟ୍ରମ୍ପ କହିଛନ୍ତି, ଘଟଣା ପରେ ଅନେକ ଲୋକ ମୋତେ ପଚାରିଛନ୍ତି ଯେ, ସଭାସ୍ଥଳରେ କ’ଣ ହୋଇଥିଲା। ତେଣୁ ମୁଁ ଘଟଣା ଦିନର ଅନୁଭୂତି ସମସ୍ତଙ୍କୁ ଅବଗତ କରାଇବାକୁ ଇଚ୍ଛା କରିଛି। ୨ୟ ଥର ଏହା ମୋ ପାଟିରୁ କେବେ ବାହାରିବ ନାହିଁ, କାରଣ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଏହା ପରେ ଟ୍ରମ୍ପ କହିଥିଲେ, ସଭାସ୍ଥଳରେ ଏକ ସମୟରେ ମୁଁ ଡାହାଣ ପଟକୁ ମୁଣ୍ଡ ବୁଲାଇଥିଲି। ଏହା ପରେ ଆଉ ଟିକିଏ ମୁଣ୍ଡ ବୁଲାଇବାକୁ ଚିନ୍ତା କରିଥିଲି। କିନ୍ତୁ ମୁଁ ଅତ୍ୟନ୍ତ ଭାଗ୍ୟବାନ ଥିଲି। ମୁଁ ତାହା କରିବା ପୂର୍ବରୁ ମୋ ଡାହାଣ ପଟ କାନରେ କିଛି ଅନୁଭବ କରିଥିଲି। ଏହା କ’ଣ ଥିଲା ବୋଳି ଚିନ୍ତା କରିବା ଆଗରୁ ଜାଣିବାକୁ ପାଇଥିଲି ଯେ ଗୋଟିଏ ବୁଲେଟ କାନରେ ଲାଗିଥିଲା। ଭଗବାନଙ୍କ ଆଶୀର୍ବାଦ ଏବଂ ହସ୍ତକ୍ଷେପ ଫଳରେ ଗୁଳି ମୁଣ୍ଡକୁ ଛୁଇଁପାରି ନ ଥିଲା। ମୁଣ୍ଡ ଆଉ ଟିକିଏ ଡାହାଣକୁ ବୁଲାଇଥିଲେ ଆଜି ମୁଁ ଏଠାରେ ଉପସ୍ଥିତ ନ ଥାଆନ୍ତି ବୋଲି ଟ୍ରମ୍ପ ଭାବବିହ୍ବଳ ହୋଇ କହିଛନ୍ତି। ସେ ଏବେ ଟ୍ରମ୍ପ ସୁସ୍ଥ ଅଛନ୍ତି। ସମର୍ଥକମାନେ ତାଙ୍କୁ ଅଜସ୍ର ଭଲପାଇବା ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories