www.samajalive.in
Saturday, December 6, 2025
15.1 C
Bhubaneswar

ୟୁପିଏସସି ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷା-୨୦୨୧କୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ୟୁପିଏସସି ପକ୍ଷରୁ ଏହାର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଆସନ୍ତା ଜୁନ ୨୭ରେ ଏହି ପରୀକ୍ଷା ହେବାର ଥିଲା। ଏବେ ଏହାକୁ ଆସନ୍ତା ଅକ୍ଟୋବର ୧୦ରେ ଆୟୋଜନ କରାଯିବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୟୁପିଏସସି ପକ୍ଷରୁ ପ୍ରତିବର୍ଷ ୩ଟି ପର୍ଯ୍ୟାୟରେ ନାଗରିକ ସେବା ପ୍ରାରମ୍ଭିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଆୟୋଜନ କରାଯାଇଥାଏ। ଏହି ପରୀକ୍ଷା ଜରିଆରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବିଦେଶ ସେବା (ଆଇଏଫଏସ) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ଚୟନ କରାଯାଇଥାଏ। ଗତ ବର୍ଷ ବି କରୋନା ଯୋଗୁ ପ୍ରାରମ୍ଭିକ ପରୀକ୍ଷାକୁ ସ୍ଥଗିତ ରଖାଯାଇ ଅକ୍ଟୋବର ମାସରେ ଆୟୋଜନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories