www.samajalive.in
Monday, December 15, 2025
26.1 C
Bhubaneswar

ଏଣିକି ଫିଙ୍ଗରପ୍ରିଣ୍ଟରେ ମଧ୍ୟ କରିପାରିବେ ୟୁପିଆଇ ପୈଠ, ନୂଆ ଫିଚରକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ୟୁପିଆଇ ଉପଭୋକ୍ତା ଏଣିକି ଫେସ୍ ଓ ଫିଙ୍ଗରପ୍ରିଣ୍ଟ ଜରିଆରେ ପୈଠ କରିପାରିବେ। ୟୁପିଆଇ ସଞ୍ଚାଳନ କରୁଥିବା ଏଜେନ୍ସି ଏନପିସିଆଇ ନୂଆ ବାୟୋମେଟ୍ରିକ୍ ଫିଚରକୁ କେନ୍ଦ୍ର ସରକାର ୭ ଅକ୍ଟୋବରରେ ମଞ୍ଜୁରୀ ଦେଇଛନ୍ତି। ଏହା ଫଳରେ ୟୁପିଆଇ ପେମେଣ୍ଟ ଅଧିକ ସରଳ ଓ ସୁରକ୍ଷିତ ହେବ ବୋଲି ଏମପିସିଆଇ କହିଛି। ନୂଆ ଫିଚରରେ ୟୁପିଆଇ ପୈଠ ପାଇଁ ପିନ୍ ର ଆବଶ୍ୟକତା ବାଧ୍ୟତାମୂଳକ ରହିବନି।

ୟୁପିଆଇର ନୂଆ ୟୁଜର ହୋଇଥିଲେ ବା ପିନ୍ ଭୁଲି ଯାଇଥିରେ ଆପଣ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। ନୂଆ ଫିଚରରେ ଆପଣଙ୍କୁ ଡେବିଟ୍ କାର୍ଡର ସୂଚନା ବା ଏଟିପି ଉପରେ ନିର୍ଭର ରହିବାକୁ ପଡିବନି। ସିଧା ପିଙ୍ଗରପ୍ରିଣ୍ଟ ଜରିଆରେ ନିଜ ୟୁପିଆଇ ପିନ୍ ସେଟ୍ ବା ରିସେଟ୍ କରିପାରିବେ। ୟୁପିଆଇ ଜରିଆରେ ଏବେ ଆପଣ ଏଟିଏମରୁ କ୍ୟାଶ୍ ବାହାର କରିପାରିବେ। ସେଠାରେ ମଧ୍ୟ ପିନ୍ ବଦଳରେ ବାୟୋମେଟ୍ରିକ୍, ଅଥେଣ୍ଟିକେସନ ବ୍ୟବହାର କରିହେବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories