www.samajalive.in
Saturday, December 6, 2025
26.1 C
Bhubaneswar

କାର୍‌‌ ଓଲଟି ଗୋଟିଏ ପରିବାରର ୪ ମୃତ

ଲଖନଉ : ଉତ୍ତର ପ୍ରଦେଶର ବିଜନୋରରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। କାର୍‌‌ରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀ ମାନେ ଅମରୋହାରୁ ଋଷିକେଶ ଯାଉଥିଲେ। କାର୍‌‌ଟି ଅନିୟନ୍ତ୍ରିତ ହୋଇ ବିଜନୋର ନିକଟରେ ଓଲଟି ପଡିଥିଲା। ମୃତକଙ୍କ ମଧ୍ୟରେ ଜଣେ ସୈନିକ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ, ଏହି ସଡକ ଦୁର୍ଘଟଣା ବୁଧବାର ସକାଳେ ଡେରାଡୁନ୍‌‌-ନୈନିତାଲ ଜାତୀୟ ରାଜପଥରେ ଗୁନିଆପୁର ଗାଁ ନିକଟରେ ଘଟିଛି। କାର୍‌‌ ଚାଳକଙ୍କୁ ନିଦ ଆସିବା କାରଣରୁ କାରଟି ଓଲଟି ପଡିଛି ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାରିଛି। ଦୁର୍ଘଟଣା ଘଟିବା ମାତ୍ରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories