www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୩ ଭାଇ ଭଉଣୀଙ୍କ ସହ ୫ ମୃତ

ଲଖନଉ : ଉତ୍ତରପ୍ରଦେଶର ଅମରୋହା ଜିଲାର ସେଦନଗଲୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ବନ୍ଦ କକ୍ଷରେ କୋଇଲା ଜାଳି ଶୋଇଥିବା ସମୟରେ ୩ ଭାଇ ଭଉଣୀଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ମହିଳା ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣା କ୍ରମେ, ଅମରୋହାର ସେଦନଗଲୀ ଥାନା ଅଞ୍ଚଳରେ ଅଲ୍ଲୀପୁର ନିବାସୀ ଜଣେ ଟ୍ରକ ଚାଳକଙ୍କ ଘରେ ଦିନ ଯାକ ପାଞ୍ଚ ଜଣଙ୍କ ମୃତଦେହ ପଡିରହିଥିଲା। କେହି ମଧ୍ୟ ଘଟଣା ବିଷୟରେ ଜାଣି ପାରିନଥିଲେ। ଟ୍ରକ ଚାଳକ ଜଣଙ୍କ ନିଜ ଘରକୁ ଫୋନ୍‌‌ କରିଥିଲେ ମାତ୍ର କେହି ଫୋନ୍‌‌ ଉଠାଇନଥିଲେ।
ଏହାପରେ ସେ ନିଜ ସାନ ଭାଇଙ୍କୁ ଫୋନ୍‌‌ କରି କହିଥିଲେ, ତାଙ୍କ ସାନ ଭାଇ ଘରକୁ ଯାଇଥିଲେ ମଧ୍ୟ କେହି କବାଟ ଖୋଲିନଥିଲେ। ଏହାପରେ ଲୋକେ ଏକାଠି ହେବା ସହ ଘର ଭିତରକୁ ଅନ୍ୟ ଛାତ ବାଟେ ଯାଇଥିଲେ। ସମସ୍ତଙ୍କୁ ଅଚେତ୍‌‌ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଘଟଣା ବିଷୟେରେ ଖବର ପାଇ ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା।
ସୂଚନାନୁଯାୟୀ, ଶୀତରୁ ରକ୍ଷା ପାଇବା ପାଇଁ ଉକ୍ତ ପରିବାର ଘରେ କୋଇଲା ଜଳାଇଥିଲେ। ସମସ୍ତଙ୍କ ଶୋଇଥିବା ଅବସ୍ଥାରେ ହିଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଡୋଶୀଙ୍କ କହିବାନୁଯାୟୀ, ସେମାନେ ଘଟଣା ବିଷୟରେ କିଛି ଜାଣି ନାହାଁନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories