www.samajalive.in
Saturday, December 6, 2025
19.1 C
Bhubaneswar

ଗଳାକାଟି ହୋଟେଲ ମାଲିକଙ୍କୁ ହତ୍ୟା

ବରେଲୀ : ଉତ୍ତରପ୍ରଦେଶ ବରେଲୀ ଫତେହଗଞ୍ଜ ପଶ୍ଚିମ ପୁଲିସ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ରାଜପଥ କଡରେ ଥିବା ଏକ ହୋଟେଲ ମାଲିକଙ୍କ ଗଳା କାଟି ହତ୍ୟା କରାଯାଇଛି। ସୂଚନା ପାଇବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ,ପରସାଖେଡା ଟିୟୁଲିୟା ରାଜପଥ କଡରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ହୋଟେଲ କରିଥିଲେ। ସେ ଟିୟୁଲିୟାର ବାସିନ୍ଦା ବୋଲି ଜଣାପଡିଛି।ବ୍ୟକ୍ତି ଜଣଙ୍କ ନିଜ ହୋଟେଲରେ ହିଁ ରାତିରେ ଶୋଇ ଥାଆନ୍ତି।ସୋମବାର ସକାଳେ ତାଙ୍କ ପୁଅ ହୋଟେଲରେ ପହଞ୍ଚିବା ପରେ ପିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲା। ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲା।ଖବର ପାଇ ପୁଲିସ ଫୋରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣାରେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories