www.samajalive.in
Saturday, December 6, 2025
23.1 C
Bhubaneswar

ସେବନ କରନ୍ତୁ ଏକ ମୁଠା ଚଣା ସହ ଗୁଡ

ଗୁଡ ଓ ଚଣା ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହା ସ୍ୱାସ୍ଥ୍ୟ ପାଇଁ ବରଦାନ । ବିଶେଷ କରି ଶୀତଦିନେ ଗୁଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ । ମାତ୍ର ଗୁଡ ସହ ଚଣା ମିଶାଇ ଖାଇବା ଦ୍ୱାରା ଏହାର ଉପକାରୀ ଗୁଣ ଦ୍ୱିଗୁଣିତ ହୋଇ ଯାଏ । ଏଥିରେ କାବ୍ରୋହାଇଡ୍ରେଟ, ପ୍ରୋଟିନ , ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ ।
ଗୁଡ ଓ ଚଣାର ସେବନ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ । ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।
ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।
ଏଥିରେ ଆଇରନ ଭରପୁର ମାତ୍ରାରେ ଥିବାରୁ ରକ୍ତର ଅଭାବକୁ ଦୂର କରିଥାଏ ।
ଚଣାରେ କ୍ଷୀର ଓ ଦହି ଭଳି କ୍ୟାଲସିୟମ ରହିଛି । ଏହା ହାଡକୁ ମଜଭୂତ କରିଥାଏ ।
ଚଣା ଖାଇବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜଭୂତ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।
ଗୁଡ ସହ ଚଣାର ସେବନ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ ।
ଫାଇବରରେ ଭରପୁର ଚଣାର ସେବନ କରିବା ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ହେବା ଭଳି ରହିଥାଏ । ବାରମ୍ବାର ଭୋକ ଲାଗିନଥାଏ । ଫଳରେ ଓଜନ ହ୍ରାସ ସହଜରେ ହୋଇଥାଏ ।
ଦୁର୍ବଳତା କାରଣରୁ ଅନେକ ସମୟରେ ମହିଳାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଏକ ମୁଠା ଚଣା ଓ ଅଳ୍ପ ପରିମାଣରେ ଗୁଡର ସେବନ କରନ୍ତୁ ।

 

- Advertisement -

 

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories