www.samajalive.in
Saturday, December 6, 2025
26.1 C
Bhubaneswar

ମଙ୍ଗଳଦୋଷରୁ ମୁକ୍ତି ପାଇଁ ମଙ୍ଗଳବାର କରନ୍ତୁ ଏସବୁ ଜିନିଷ ଦାନ

ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ବ୍ରତ ଧାରଣ କରି ଶାନ୍ତ ଓ ପବିତ୍ର ମନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହେବା ସହ ସମସ୍ୟା ଦୂର କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ମଙ୍ଗଳଗ୍ରହ ଦୁର୍ବଳ ଥିଲେ, ମଙ୍ଗଳ ଦୋଷ ରହିଥିଲେ, ସେମାନେ କିଛି ସ୍ୱତନ୍ତ୍ର ଉପାୟ କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ । ଜାଣନ୍ତୁ..

ଗହମ ଦାନ .. ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଅସହାୟଙ୍କୁ ଗହମ ଦାନ ଦିଅନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିଥାଏ । ଏହାସହ ଗହମରେ ପ୍ରସ୍ତୁତ ରୁଟି ମଧ୍ୟ ଦାନ କରିପାରିବେ ।

- Advertisement -

ଜାତକରେ ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ଥିଲେ, ମଙ୍ଗଳବାର ଦିନ ଗୁଡ ନିଶ୍ଚୟ ଦାନ କରନ୍ତୁ । ଏହାଦ୍ୱାରା ମଙ୍ଗଳଗ୍ରହ ମଜଭୂତ ହେବା ସହ ଭାଗ୍ୟରେ ମଧ୍ୟ ସୁପରିବର୍ତ୍ତନ ହୋଇଥାଏ ।

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ସେଠାରେ ଦିଆସିଲି ଦାନ କରନ୍ତୁ । ଏହାଦ୍ୱାରା ମଧ୍ୟ ଶୁଭଫଳ ମିଳିଥାଏ ।

ମଙ୍ଗଳଙ୍କ ସ୍ଥିତି ମଜଭୂତ ପାଇଁ ମଙ୍ଗଳବାର ଦିନ ତମ୍ବାର ଦାନ କରନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ । ତମ୍ବାର ଦାନ କରିବା ଦ୍ୱାରା ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ ।

ନିଜ ସାମର୍ଥ୍ୟ ଅନୁଯାୟୀ, ମଙ୍ଗଳବାର ଦିନ ବ୍ୟକ୍ତିଙ୍କୁ କାର୍ଯ୍ୟରେ ଥିବା ସମସ୍ୟା ଦୂର ପାଇଁ ଓ ସଫଳତା ପାଇଁ ସୁନାର ଦାନ କରନ୍ତୁ । ଏହାସହ ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ହେବା ସହ ମଙ୍ଗଳଦୋଷରୁ ମୁକ୍ତି ମିଳିଥାଏ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories