ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା: ୧୫୦ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ଫେଲ୍‌

0

ଆହ୍ଲାବାଦ : ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ (ୟୁପିଏସ୍‌ଇବି) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ରାଜ୍ୟର ୧୫୦ ସ୍କୁଲର ପ୍ରଦର୍ଶନ ଶୂନ୍‌ ରହିଛି। ଏହି ୧୫୦ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଅକୃତକାର୍ଯ୍ୟ ବା ଫେଲ୍‌ ହୋଇଛନ୍ତି । ଫଳରେ ୟୁପିଏସ୍‌ଇବି କର୍ତ୍ତୃପକ୍ଷ ନୈରାଶ୍ୟଜନକ ପ୍ରଦର୍ଶନ ନେଇ ସ୍କୁଲଗୁଡ଼ିକୁ କୈଫିୟତ ତଲବ କରିଛନ୍ତି । ବୋର୍ଡର ତଥ୍ୟ ଅନୁସାରେ ୯୮ ସ୍କୁଲର ଦଶମ ଶ୍ରେଣୀ ଓ ୫୨ ସ୍କୁଲର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୂନ ବା ୦% ରହିଛି। ଏଥିରେ ଉଭୟ ଘରୋଇ ଓ ସରକାରୀ ସ୍କୁଲ ଅଛନ୍ତି ବୋଲି ୟୁପିଏସ୍‌ଇବି ସଚିବ ନୀନା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର କପି ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଥିଲେ । ୭୫ ଜିଲାରୁ ୫୦ ଜିଲାକୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଥିଲା । ଘାଜିପୁର ଜିଲାର ସର୍ବାଧିକ ୧୭ଟି ସ୍କୁଲର କୌଣସି ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପାସ କରିନାହାନ୍ତି । ଫଳ ଅନୁସାରେ ମାତୃ ଭାଷା ହିନ୍ଦୀରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୧୧ ଲକ୍ଷ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି । ଦଶମ ଶ୍ରେଣୀର ୧୧,୧୯,୯୯୪ ଜଣ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶ ଶ୍ରେଣୀର ୭,୮୧,୨୭୬ ହିନ୍ଦୀ ପତ୍ରରେ ଫେଲ୍‌ ହୋଇଛନ୍ତି ।

Leave A Reply