www.samajalive.in
Friday, December 5, 2025
26.1 C
Bhubaneswar

ବୋହୂ ପାଇଁ ଗଲା ଶ୍ବଶୁର ଜୀବନ

ଶାହଜହାଁପୁର: ଉତ୍ତରପ୍ରଦେଶ ଶାହଜହାଁପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ବୋହୂର କୁକର୍ମର ମୂଲ୍ୟ ତାଙ୍କ ଶ୍ବଶୁରଙ୍କୁ ଜୀବନ ଦେବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୋହୂ ରାସ୍ତାରେ ଅଳିଆ ଆବର୍ଜନା ଫିଙ୍ଗିବାରୁ ସ୍ଥାନୀୟ ଲୋକେ ଶ୍ବଶୁରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।

ଏହି ଘଟଣା ଶାହଜହାଁପୁର ଜିଲାର ମଦନପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି । ଦଳିତ ସମ୍ପ୍ରଦାୟ ୬୦ ବର୍ଷୀୟ ସୀତାରାମ ପରିବାର ସହ ସେହି ଗ୍ରାମରେ ରହୁଥିଲେ । ରବିବାର ସୀତାରାମଙ୍କ ବୋହୂ ଘର ବାହାରେ ଥିବା ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ପକାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସୀତରାମଙ୍କ ଘରେ ପହଞ୍ଚି ପାଟିତୁଣ୍ଡ କରିବା ସହ ବୃଦ୍ଧ ସୀତରାମଙ୍କୁ ଠେଙ୍ଗା ଓ ବାଡିରେ ନିସ୍ତୁକ ପିଟିଥିଲେ । ଫଳରେ ବୃଦ୍ଧ ଜଣଙ୍କ ସେହିଠାରେ ହିଁ ଟଳି ପଡିଥିଲେ । ପରେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରିବାରଲୋକେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ହୋଇଛି । ପୁଲିସ ହତ୍ୟା ଅଭିଯୋଗରେ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ହେଲେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନଥିବା ଜଣାପଡିଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories