www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଶାସନର ଦୁର୍ବ୍ୟବହାର, ୧୬ ଡାକ୍ତରଙ୍କ ସମୂହ ଇସ୍ତଫା

ଲକ୍ଷ୍ମୌ: ସର୍ବଦା ନକାରାତ୍ମକ କାରଣ ପାଇଁ ଚର୍ଚ୍ଚାରେ ରହିଆସୁଥିବା ଉତ୍ତର ପ୍ରଦେଶର ଉନ୍ନାଓରେ ପୁଣି ସେଭଳି ଏକ ଘଟଣା ଘଟିଛି। କରୋନା ଚିକିତ୍ସାରେ ନିୟୋଜିତ ଏଠାକାର ୧୬ ବରିଷ୍ଠ ସରକାରୀ ଡାକ୍ତର ପ୍ରଶାସନର ଦୁର୍ବ୍ୟବହାର ପ୍ରତିବାଦରେ ସାମୂହିକ ଇସ୍ତଫା ଦେଇଛନ୍ତି। ଏହାର ନକଲ ସେମାନେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚାଧିକାରୀ ଓ ଡାକ୍ତର ସଂଘକୁ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଡାକ୍ତରମାନେ ଉନ୍ନାଓର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ।

ସେମାନଙ୍କ ମଧ୍ୟରେ ୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରୟ ଅଧିକାରୀ ଥିବାବେଳେ ୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଜିଲା ପ୍ରାଶସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି। କରୋନା ସଙ୍କଟ ସମୟରେ ସେମାନେ ନିଷ୍ଠାର ସହ କର୍ତ୍ତବ୍ୟ କରୁଥିବା ସତ୍ତ୍ବେ ଜିଲା ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଛନ୍ତି ଓ ସ୍ବେଚ୍ଛାଚାରୀ ମନୋଭାବ ପ୍ରଦର୍ଶନ ସହ ଦଣ୍ଡବିଧାନର ଧମକ ଦେଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାର ଅସହ୍ୟ ହୋଇଥିବା ସେମାନେ ଦର୍ଶାଇଛନ୍ତି। ସଙ୍କଟ ସମୟରେ ପ୍ରଶାସନର କୌଣସି ସହଯୋଗ ମଧ୍ୟ ମିଳୁ ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories