www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ ସ୍ୱାଧୀନତାର କିଛି ଅଜଣା କଥା

ନୂଆଦିଲ୍ଲୀ : ୧୯୪୭ ଅଗଷ୍ଟ ୧୪ ରାତି ୧୧ଟାରେ ବ୍ରିଟିଶ କବଳରୁ ଭାରତ ସ୍ୱାଧୀନତା ଲାଭ କଲା। ରାତି ଉଜାଗର ରହି ବହୁ ଲୋକ ସ୍ୱାଧୀନତା ଉତ୍ସବ ପାଳନ କଲେ। ରାତି ସାରା ଦେଶାତ୍ମବୋଧକ ସଂଗୀତ, ଭାଷଣ ଓ ସକାଳୁ ପ୍ରଭାତ ଫେରିରେ ସ୍ଲୋଗାନ ଓ ଗୀତରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ଉତ୍ତର ଭାରତର ଗାନ୍ଧି ଆଶ୍ରମଗୁଡ଼ିକରେ ପ୍ରଭାତରୁ ଗାନ୍ଧିଙ୍କ ଗୁଣଗାନ କରି ବୋଲାଯାଇଥିଲା ‘ଦେ ଦି ଆଜାଦି ହମେ ନା କୋଇ ଖଡ୍ଗ କୋଇ ଢାଲ, ସାବରମତିକେ ସନ୍ଥ ତୁନେ କର ଦି କମାଲ… ଆନ୍ଧି ମେ ଭି ଜଲତି ରହି ତେରି ଏ ମସାଲ ସାବରମତିକେ ସନ୍ଥ ତୁନେ କର ଦି କମାଲ..। ସ୍ୱାଧୀନତା ସହ ରାଜନୈତିକ ଦୃଷ୍ଟି କୋଣରୁ ଭାରତ ଦୁଇଟି ଦେଶ ଏବଂ ଭୌଗଳିକ ଦୃଷ୍ଟି କୋଣରୁ ୩ ଭାଗରେ ବିଭାଜିତ ହୋଇଗଲା।
୧- ଭାରତ ଓ ପାକିସ୍ତାନ ଏକକାଳୀନ ଅଗଷ୍ଟ ୧୪ ରାତି ୧୧ଟାରେ ସ୍ୱାଧୀନତା ଲାଭ କରିଥିଲେ। ହେଲେ ଭାରତ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପାକିସ୍ତାନ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରୁଛି। ପାକିସ୍ତାନ ପ୍ରଥମେ ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫କୁ ବାଛିଥିଲା ଓ ସେଥିନିମନ୍ତେ ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ଛପା ଯାଇଥିଲା। କିନ୍ତୁ ପରେ ପାକିସ୍ତାନ ଅଗଷ୍ଟ ୧୪କୁ ସ୍ୱାଧୀନତା ଦିବସ ପାଳନ ପାଇଁ ବାଛିଥିଲା।
୨-ସ୍ୱାଧୀନତା ସମୟରେ ଅଖଣ୍ଡ ଭାରତ କି ଅଖଣ୍ଡ ପାକିସ୍ତାନ ନ ଥିଲା। ଭାରତ ମଧ୍ୟରେ ୫୬୩ଟି ଛୋଟ ଛୋଟ ରାଜ୍ୟ (ଗଡ଼ଜାତ) ବି ସ୍ୱାଧୀନତା ଲାଭ କରିଥିଲେ। ଭାରତ କିମ୍ବା ପାକିସ୍ତାନ ସହ ବିଲିନ ହେବେ କିମ୍ବା ସାର୍ବଭୌମ୍ୟ ହୋଇ ରହିବେ ତାହାର ନିଷ୍ପତ୍ତି ନେବାକୁ ଏହି ରାଜ୍ୟଗୁଡ଼ିକୁ ସ୍ୱାଧୀନତା ଦିଆଯାଇଥିଲା।
୩-ଭାରତ ବିଭାଜନ ସହ ପୂର୍ବ ଏବଂ ପଶ୍ଚିମ ସୀମାରେ ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ପଶ୍ଚିମ ଏବଂ ପୂର୍ବ ସୀମାରେ ଲକ୍ଷାଧିକ ଲୋକେ ଦେଶାନ୍ତର ହୋଇଥିଲେ। ସାମ୍ପ୍ରଦାୟିକ ଦଙ୍ଗା ଏବଂ ହିଂସାରେ ପାଖାପାଖି ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଲକ୍ଷାଧିକ ଲୋକ ସେମାନଙ୍କ ଘର ହରାଇଥିଲେ।
୪-ଭ।ରତ ସ୍ୱାଧୀନତା ଲାଭ କରିବା ଦିନ ଜାତିର ପିତା ମହାତ୍ମା ଗାନ୍ଧି ଜାତୀୟ ରାଜଧାନୀ ଦିଲ୍ଲୀରେ ନ ଥିଲେ। ସ୍ୱାଧୀନତା ଦିନ ମହାତ୍ମା ଗାନ୍ଧି କଲକତାରେ ରହିଥିଲେ ଓ ଭାରତ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାକୁ ନେଇ ଅନଶନ ପାଳନ କରିଥିଲେ।
୫-ବିଭାଜନ ପରେ ପାକିସ୍ତାନ ପାଖକୁ ଭାରତ ସେନାର ଏକ ତୃତୀୟାଂଶ ସେନା ଚାଲିଯାଇଥିଲା। ସେହିପରି ୬ଟି ମହାନଗରୀ ମଧ୍ୟରୁ ୨ଟି ମହାନଗରୀ ଓ ୪୦% ରେଳ ଧାରଣା ପାକିସ୍ତାନ ଭାଗକୁ ଚାଲିଯାଇଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories