ଆଲାବାମା : ଆମେରିକାର ଆଲାବାମା ସିନେଟରେ ଭୃଣହତ୍ୟାକୁ ନିଷେଧ କରି ଏକ ବିଲ୍ ଗୃହୀତ ହୋଇଛି । ଏହି ବିଲ୍ ଅନୁସାରେ ଗର୍ଭନଷ୍ଟକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ଓ ଯେଉଁ ଡାକ୍ତରମାନେ ଭୃଣହତ୍ୟା କରିବେ, ସେମାନଙ୍କୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ବିଲ୍ ସପକ୍ଷରେ ୨୫ଟି ଭୋଟ୍ ଯାଇଥିବା ବେଳେ ଏହା ବିପକ୍ଷରେ ୬ଟି ଭୋଟ୍ ଯାଇଥିଲା। ମାନବାଧିକାର ସଂଗଠନ ଆମେରିକାନ ସିଭିଲ ଲିବଟିଜ ୟୁନିଅନ ଏହାର କାର୍ଯ୍ୟକାରିତାକୁ ରୋକିବା ପାଇଁ ଏକ ଅପିଲ୍ କରିବାକୁ ସଂକଳ୍ପ ନେଇଛି।
କିନ୍ତୁ ଯେଉଁମାନେ ବିଲ୍କୁ ସମର୍ଥନ କରୁଛନ୍ତି, ସେମାନେ ଏହାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।
ଆମେରିକା : ଆଲାବାମା ସିନେଟରେ ଭୃଣହତ୍ୟା ନିଷେଧ ବିଲ୍ ଗୃହୀତ
Popular Categories



