www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ମିଳିତ ଯୋଜନା ନାହିଁ; ଭୋକରେ ମରିବେ ୨୬୫ ନିୟୁତ ଲୋକ

ୱାଶିଂଟନ : କରୋନା ମହାମାରୀ ସାରା ବିଶ୍ବରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ଗଲାଣି । ତା’ଛଡା ଏହି ମହାମାରୀ ପାଇଁ ବିଶ୍ବ ଅର୍ଥନୀତି ଘୋର ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକତ୍ରିତ ହୋଇ ମୁକାବିଲା କରିବା ପାଇଁ ଏବେ ଯୋଜନା ନାହିଁ କିମ୍ବା ନେତା ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟେରେସ କହିଛନ୍ତି ।

୨୦୦୮ ମସିହାରେ ବିଶ୍ବରେ ଅର୍ଥନୀତି ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡିକ ଏକତ୍ରିତ ହୋଇଥିଲେ । ମାତ୍ର ଏବେ କରୋନା ମୁକାବିଲା ପାଇଁ କେହି ଏକତ୍ରିତ ହେଉନଥିବା କ୍ଷୋଭର ସହ ଶ୍ରୀ ଗଟରେସ କହିଥିବା ବେଳେ ଆର୍ଥିକ ମାନ୍ଦାବାସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମାର୍ଚ ମାସରେ ଜି-୨୦ ସମିତି ବୈଠକ ପୂର୍ବରୁ  ଏହାର ନେତାମାନଙ୍କୁ କରୋନା ପାଇଁ ସମସ୍ତଙ୍କ ମଧ୍ୟରେ ସହଯୋଗ ସହ ଯୁଦ୍ଧକାଳୀନ ଯୋଜନା କରିବାକୁ ପ୍ରସ୍ତାବ ସେ ଦେଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା ବୋଲି ଆଣ୍ଟୋନିଓ ଗଟରେସ କହିଛନ୍ତି।  ଏପ୍ରିଲ ୬ ତାରିଖରେ ପୂର୍ବତନ ଜାତିସଂଘ ସେକ୍ରେଟେରୀ ଜେନେରାଲଙ୍କ ସମେତ ବହୁ ୧୬୪ ଦେଶର ନେତା କୋଭିଡ-୧୯ ଓ ତଜ୍ଜନିତ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ଜି-୨୦ ସମୂହ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ଗଟରେସ କହିଛନ୍ତି। ଏକତ୍ରିତ ହୋଇ ମୁକାବିଲା ନ କଲେ କରୋନା ମୁକାବିଲା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଏହି କ୍ଷେତ୍ରରେ ଏକତ୍ରିତ ନେତୃତ୍ବର ଅଭାବ ରହିଛି । କରୋନାକୁ ନେଇ ଚୀନ – ଆମେରିକା ମଧ୍ୟରେ ମତଭେଦ ଯୋଗୁ ଜାତିସଂଘର ନିରପତ୍ତା ପରିଷଦର ବିଫଳତାକୁ ନେଇ ଆଲୋଚନା ହେଉଛି ।  କରୋନା ଜନିତ ସମସ୍ୟା ଯୋଗୁ ଚଳିତ ବର୍ଷ ଶେଷସୁଦ୍ଧା ବିଶ୍ବରେ ୨୬୫ ନିୟୁତ ଲୋକ ଭୋକରେ ମୃତ୍ୟୁବରଣ କରିବା ଆଶଙ୍କା ରହିଥିବା ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡାଭିଡ ବିସଲେ କହିଛନ୍ତି ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories