ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ସ୍ୱର୍ଗତଃ ୠଷି କପୁରଙ୍କର ରବିବାର ଅସ୍ଥି ବିସର୍ଜନ ହୋଇଛି। ପୁଅ ରଣବୀର କପୁର ମୁମ୍ବଇର ବାଣଗଙ୍ଗା ଘାଟରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଣଗଙ୍ଗା ଘାଟରେ ପୂଜାପାଠ କରି ପଣ୍ଡିତଙ୍କ ଉପସ୍ଥିତିରେ ବିଧି ଅନୁସାରେ ରଣବୀର ୠଷିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ମାଆ ନିତୁ, ଭଉଣୀ ରିଧିମାଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ମଧ୍ୟ ଉପସ୍ଥିତ ଥିଲେ। ଋଷିଙ୍କ ମୃତ୍ୟୁଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ଆଲିୟା ରଣବୀରଙ୍କ ସହ ରହିଛନ୍ତି। ଅସ୍ଥି ବିସର୍ଜନର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
https://www.instagram.com/p/B_uoIDRHfDQ/?utm_source=ig_web_copy_link
https://www.instagram.com/p/B_upFScHyii/?utm_source=ig_web_copy_link
ସୂଚନାଯୋଗ୍ୟ, ଏପ୍ରିଲ ୩୦ ତାରିଖରେ ୠଷିଙ୍କର ପରଲୋକ ଘଟିଥିଲା। ସେଦିନ ମଧ୍ୟ ଆଲିୟା ରଣବୀରଙ୍କ ଘରକୁ ଯାଇ ଏହି ଦୁଃଖଦ ସମୟରେ ପରିବାର ସହିତ ଛିଡ଼ା ହୋଇଥିଲେ। ଲକଡାଉନ ଯୋଗୁଁ ୠଷିଙ୍କ ଅନ୍ତିମ ସଂସ୍କାରରେ ବେଶୀ ଲୋକ ସାମିଲ ହୋଇପାରି ନ ଥିଲେ।



