www.samajalive.in
Friday, December 12, 2025
26.1 C
Bhubaneswar

ପିଏମ-କିଷାନର ୮ମ କିସ୍ତିରେ ଓଡ଼ିଶାର ୨୭.୮୩ ଲକ୍ଷ ଚାଷୀଙ୍କୁ ୫୫୬.୬୪ କୋଟି ଟଙ୍କା ପ୍ରଦାନ : ଧର୍ମେନ୍ଦ୍ର ପ୍ରଧାନ

-‘ଅନ୍ନଦାତା’ଙ୍କ ହାତମୁଠାକୁ ମଜବୁତ୍‍ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
-ପିଏମ କିଷାନରେ ପଞ୍ଜିକୃତ ରାଜ୍ୟର ସମସ୍ତ ୪୦.୫୦ ଲକ୍ଷ  ୧୦୩ ଜଣ ଚାଷୀ ଉପକୃତ ହେବା ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
-ପିଏମ୍‍ କିଷାନରେ ମୋଟ ୮ଟି କିସ୍ତିରେ ଓଡିଶାକୁ ମୋଟ ୩ ହଜାର ୮୩୦.୮୫ କୋଟି ଟଙ୍କା ପ୍ରଦାନ
-ସପ୍ତମ କିସ୍ତିରେ ରାଜ୍ୟର ୨୪ ଲକ୍ଷ ୭୦ ହଜାର ୬୭୧ ଜଣ ଚାଷୀ ଲାଭ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ପରେ ଅଷ୍ଟମ କିସ୍ତିରେ ଅଧିକ ୩ ଲକ୍ଷ ୧୨ ହଜାର ୫୩୮ ଚାଷୀ ଲାଭାନ୍ୱିତ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍‍) ଯୋଜନା ଅନ୍ତର୍ଗତ ୮ମ କିସ୍ତିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ସମେତ ସମଗ୍ର ଭାରତ ବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ସେହିପରି ପିଏମ କିଷାନରେ ପଞ୍ଜିକୃତ ରାଜ୍ୟର ସମସ୍ତ ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍‍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍‍ କିଷାନ ଯୋଜନା ଅଧୀନରେ ମୋଟ ୮ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ମୋଟ ୩ ହଜାର ୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି।
ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ୬୭୧ ଜଣ ଚାଷୀ ମୋଟ ୪୯୪ କୋଟି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସ ପହିଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩ ଲକ୍ଷ ୧୨ ହଜାର ୫୩୮ ଚାଷୀ ଅଧିକ।
ତେଣୁ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories