www.samajalive.in
Monday, December 15, 2025
26.1 C
Bhubaneswar

ଦୁବାଇରୁ ମୁକ୍ତ ହୋଇ ଫେରିଥିବା ୧୦ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

-ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଭାରତୀୟ ଦୂତବାସକୁ ଧନ୍ୟବାଦ
-ଜୁନ ୬ରେ ଦୁବାଇରେ ଫସି ରହିଥିବା ୧୦ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ

ନୂଆଦିଲ୍ଲୀ :  କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ସମସ୍ତ ୧୦ ଜଣ ଓଡିଆ ଶ୍ରମିକ ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ବୁଧବାର ଦିଲ୍ଲୀ ଫେରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସମସ୍ତ ଓଡିଆ ଶ୍ରମିକଙ୍କୁ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଶୁଭ୍ରମଣ୍ୟମ ଜୟଶଙ୍କର ଏବଂ ଦୁବାଇ ସ୍ଥିତ ଭାରତୀୟ ଦୂତବାସକୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଏ ସଂପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାର ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡିଆ ଶ୍ରମିକଙ୍କୁ ଦୁବାଇର ଶାରଜାହାରେ ରଡ ବାନ୍ଧିବା କାମରେ ଲଗାଯାଇଥିଲା। ଅଧିକ ରୋଜଗାର କରିବା ଆଶାରେ ସେମାନେ ଦୁବାଇକୁ ଯାଇଥିଲେ। ସେମାନଙ୍କୁ ସେଠାରେ ନିର୍ଯ୍ୟାତନା ଦିଆଯାଉଥିବା ଗଣମାଧ୍ୟମରୁ ସୂଚନା ମିଳିବା ପରେ ଏ ସମ୍ପର୍କରେ ସେ ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ପତ୍ର ଲେଖିଥିଲେ। ଶ୍ରୀ ଜୟଶଙ୍କର ଖୋଦ୍‍ ଏହାକୁ ତଦାରଖ କରୁଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ ଭାରତୀୟମାନେ ବିଭିନ୍ନ ମଧ୍ୟସ୍ଥି ମାନଙ୍କ ନେତୃତ୍ୱରେ କିମ୍ବା ଦଲାଲ ମାନଙ୍କ ହାବୁଡରେ ପଡି ବିଦେଶରେ ଫସି ଅସୁବିଧାରେ ପଡୁଛନ୍ତି। ଭାରତୀୟ ଦୂତବାସ ଗୁଡିକ ବଡ ସକ୍ରିୟତା ସହକାରେ ସେମାନଙ୍କୁ ଉଦ୍ଧାର କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୫ ବର୍ଷ ହେବ ଏକ ସମ୍ବେଦନଶୀଳ ସରକାର ଭାରତବର୍ଷରେ ଦାୟିତ୍ୱରେ ରହିଛି। ପୁର୍ନବାର ମୋଦି ସରକାରକୁ ଦାୟିତ୍ୱ ମିଳିଥିବାରୁ ଅନେକ ସମ୍ବେଦନଶୀଳ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁବାଇରେ ଫସି ରହିଥିବା ୧୦ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ପତ୍ର ଲେଖି ଏହି ସମ୍ବେଦନଶୀଳ ଘଟଣାରେ ତାଙ୍କ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନୂଆଦିଲ୍ଲୀସ୍ଥ ସରକାରୀ ବାସଭବନରେ ଏହି ଓଡିଆ ଶ୍ରମିକ ମାନଙ୍କୁ କେନ୍ଦ୍ର ଏମଏସଏମଇ ରାଷ୍ଟମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସ୍ୱାଗତ ଜଣାଇଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories