www.samajalive.in
Friday, December 12, 2025
15.1 C
Bhubaneswar

କଂଗ୍ରେସର ଛଳନାକୁ ଦେଶବାସୀ ବିଶ୍ୱାସ କରିବେନି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଏବଂ ଶ୍ରମିକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଆଜି ଯେଉଁ ଭାରତ ବନ୍ଦ କରା ଯାଇଛି ବିଶେଷ ଭାବରେ କଂଗ୍ରେସ ଏଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାରତ ବନ୍ଦ ପ୍ରସଙ୍ଗରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଜାତନ୍ତ୍ରରେ ଏହା ହିଁ ବିଶେଷତା। ସମସ୍ତଙ୍କ ନିଜର ମନ୍ତବ୍ୟ ଓ ଦାବୀ ଜଣାଇବାର ଅଧିକାର ରହିଛି। ସମ୍ବିଧାନର ଏହା ହିଁ ଉପଲବ୍ଧି। ମୋଦୀ ସରକାର କୃଷି ଆଇନରେ ଆଣିଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ। ତେବେ ଆଜି ଯେଉଁ ପ୍ରସଙ୍ଗ ଗୁଡ଼ିକୁ ବିରୋଧ କରାଯାଉଛି ଏହି ଛଳନାକୁ ଭାରତର ଲୋକମାନେ ବିଶ୍ୱାସ କରିବେନି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକମାନେ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କୃଷି ସମେତ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ନୀତିରେ ସୁଧାର ଆଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଥିବା ଦିନ ମଜୁରିଆ, ଖଟିଖିଆ ଏବଂ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିବାର ଅଧିକାର ଦେବା ସହ ସେମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦିଆଯିବାର ବ୍ୟବସ୍ଥା କରିଛନ୍ତି। ଏହାସହ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଅଧିକାରର ମଧ୍ୟ ଦିଆଯାଇଛି।

- Advertisement -

ତେବେ ଯେଉଁମାନେ ଦେଶ ଓ ରାଜ୍ୟକୁ ଦୀର୍ଘ ସମୟ ଧରି ଶାସନ କଲେ ଏବଂ ଦେଶକୁ ପଛକୁ ନେଇଗଲେ ସେମାନଙ୍କ ପାଖରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ। ସେମାନେ କେବଳ ବିଷୟକୁ ନବୁଝି ବିରୋଧ ଛଳରେ ବିରୋଧ କରିବା ସହ ବାଚାଳାମୀ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories