www.samajalive.in
Saturday, December 6, 2025
23.1 C
Bhubaneswar

ମୋଦୀ ସରକାରଙ୍କ ଲକ୍ଷ୍ୟ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ – ଡକ୍ଟର ହର୍ଷବର୍ଦ୍ଧନ

ଗୁଜରାଟ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ଭାରତରେ ସ୍ୱାସ୍ଥ୍ୟସେବା ସଂପର୍କିତ ଷଷ୍ଠ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ୍‍ କରିଛନ୍ତି। ଗୁଜରାଟର ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରରେ ଏହି ତିନିଦିନିଆ ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ମୋଦି ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏଥିପାଇଁ ସରକାର ସମସ୍ତଙ୍କ ସହଯୋଗ ଚାହାନ୍ତି। ସେ କହିଛନ୍ତି ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୧୦କୋଟି ଶୌଚାଳୟ ନିର୍ମାଣ କରାଯାଇଛି।

ଦେଶରେ ଉତ୍ତମ ମାନର ମେଡ଼ିକାଲ ଶିକ୍ଷା ପ୍ରଦାନକୁ ଅଗ୍ରାଧିକାର ଦିଆଯାଉଛି ଏବଂ ଦେଶରେ ଥିବା ଏମ୍‍ସ ଓ ବିଭିନ୍ନ ସରକାରୀ ମେଡ଼ିକାଲ କଲେଜରେ ୧୫ହଜାର ୭୦୦ ଏମ୍‍ବିବିଏସ୍‍ ସିଟି ବୃଦ୍ଧି କରାଯାଇଛି। ଏହି ସମ୍ମିଳନୀରେ ୯ଟି ଅଧିବେଶନ ରହିଛି, ଯେଉଁଥିରେ ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ମଣିପୁର, ମହାରାଷ୍ଟ୍ର, ହରିଆଣା, ତେଲଙ୍ଗାନା, ହିମାଚଳପ୍ରଦେଶ, ବିହାର, ତାମିଲନାଡୁ ଏବଂ କେରଳ ଭାଗ ନେଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories