www.samajalive.in
Monday, December 15, 2025
16.1 C
Bhubaneswar

ପୂର୍ବ ଭାରତକୁ ସଂଯୋଗ କରୁଥିବା ପାଇପଲାଇନ୍ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ : ଧର୍ମେନ୍ଦ୍ର ପ୍ରଧାନ

-ପୂର୍ବ ଭାରତକୁ ସଂଯୋଗ କରୁଥିବା ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ଜାରୀ ରହିଛି
-ଆଇଓସିଏଲ ଦକ୍ଷିଣ ଭାରତ ଅଂଚଳରେ ୬ ହଜାର ୨୫ କୋଟି ଟଙ୍କା ବ୍ୟୟରେ ୧୪୫୦ କିମି ଦୀର୍ଘ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି
-ଏନ୍ନୋର-ବାଙ୍ଗାଲୁରୁ-ମଦୁରାଇ-ଟୁଟିକୋରିନ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଦକ୍ଷିଣ ଭାରତର ୨୫ ଜିଲ୍ଲାର ସିଏନଜି ଏବଂ ପିଏନଜି ଆବଶ୍ୟକତାକୁ ପୂରଣ କରିବ

ନୂଆଦିଲ୍ଲୀ : କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଦେଶରେ ଚାଲୁଥିବା ୬ଟି ପ୍ରମୁଖ କ୍ରିୟାନ୍ୱିତ ହେଉଥିବା ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହ ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ମଧ୍ୟ ବିଭାଗୀୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଷ କରିଛନ୍ତି।
ଏହି ପ୍ରକଳ୍ପ ଗୁଡିକ ହେଲା ଗେଲ୍‍ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ, କର୍ଣ୍ଣାଟକ ଏବଂ ତାମିଲନାଡୁ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରକଳ୍ପ, ଦକ୍ଷିଣ ଭାରତରେ ଆଇଓସିଏଲର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ, ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ପ୍ରକଳ୍ପ ଅଧୀନରେ ଚାଲୁଥିବା ଉତର ପୂର୍ବ ଗ୍ୟାସ ଗ୍ରୀଡ ପାଇପଲାଇନ ପ୍ରକଳ୍ପ ଏବଂ ଆଇଓସିଏଲର ଏନ୍ନୋର- ବାଙ୍ଗାଲୁରୁ- ମଦୁରାଇ- ଟୁଟିକୋରିନ ପ୍ରମୁଖ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ଉପରେ ସବିଶେଷ ଟିପ୍ପଣୀ ଦେଇଛନ୍ତି । ଅତ୍ମଭାରତ ଭାରତ ଅଭିଯାନର ଅଂଶ ଭାବେ ପରିଗଣିତ ଗେଲ୍‍ ପ୍ରାକୃତିକ ପାଇପ ଲାଇନ୍ ପ୍ରକଳ୍ପରେ ଭ ଭଗେଲ୍‍ ୧ ହଜାର କୋଟି ଟଙ୍କାରୁ ଅଧିକ ଲାଇନ ପାଇପ୍‍ ଟେଣ୍ଡର ପ୍ରକ୍ରିୟାକରଣ କରୁଛି। ୨୦୨୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ଇସ୍ପାତ କିଣିବା ତଥା ଘରୋଇ ବିଡରଙ୍କ ଠାରୁ ୮୦୦ କିଲୋମିଟର ପାଇପଯୋଗାଣ ପାଇଁ ଏହି ଟେଣ୍ଡର ପ୍ରକ୍ରିୟାକରଣ କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶାକରାଯାଉଛି।
ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ପୁଣି ଆରମ୍ଭ ହୋଇଛି । ପୂର୍ବ ଭାରତକୁ ସଂଯୋଗ କରୁଥିବା ଏହି ପାଇପଲାଇନ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ। ସେହିପରି କେରଳର ପ୍ରମୁଖ ଅଂଶ କର୍ଣ୍ଣାଟକ ଏବଂ ତାମିଲନାଡୁର କେତେକ ପ୍ରମୁଖ ସୀମା ଆସନ୍ତା ୨ଟି ତୈମାସିକ ମଧ୍ୟରେ ପ୍ରାକୃତିକ ଗ୍ୟାସ ଯୋଗାଣ ସହିତ ସଂଯୁକ୍ତ ହେବ ଏବଂ ଏହା ସିଟି ଗ୍ୟାସ ବିତରଣ ଏବଂ ଗ୍ୟାସଭିତିକ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଓସିଏଲ ଦକ୍ଷିଣ ଭାରତ ଅଂଚଳରେ ୬ ହଜାର ୨୫ କୋଟି ଟଙ୍କା ବ୍ୟୟରେ ୧୪୫୦ କିମି ଦୀର୍ଘ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।
ଭାରତରେ ଏହି ପ୍ରକଳ୍ପ ଆତ୍ମ ନିର୍ଭର  ଭାରତ ଅଭିଯାନର ୨ ହଜାର ୬୦ କୋଟି ଟଙ୍କାରେ ଆନୁମାନିକ ୧.୬୫ ଲକ୍ଷ ମେଟ୍ରିକ୍‍ ଟନ ଇସ୍ପାତ୍‍ ଉତ୍ପାଦନ କରିବାର ସମ୍ଭାବନା ରଖିଛି ।
ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ଅଧୀନ ଦକ୍ଷିଣ ଭାରତରେ ଆଇଓସିଏଲ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଟି ଉତ୍ତର ପୂର୍ବ ରାଜ୍ୟର ରାଜଧାନୀକୁ ସଂଯୋଗ କରୁଛି। ଆତ୍ମ ନିର୍ଭର ଭାରତ ଅଭିଯାନର ଏକ ଅଂଶ ଭାବରେ ଆଇଜିଜିଏଲ୨୦୨୦ ଜୁଲାଇ ସୁଦ୍ଧା ଘରୋଇ ବିଡରଙ୍କ ଠାରୁ ୫୫୦ କିମି ଲାଇନ ପାଇପ ଯୋଗାଣ ନିମନ୍ତେ ୯୫୦ କୋଟି ଟଙ୍କାରୁ ଅଧିକ ୭୩ ହଜାର ମେଟ୍ରିକ ଟନ୍‍ ଇସ୍ପାତ ଉପଲବ୍ଧ କରିବାର ଲକ୍ଷ୍ୟ ରଖିଛି। ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶାକରାଯାଉଛି।
ଆଇଓସିଏଲର ଏନ୍ନୋର- ବାଙ୍ଗାଲୁରୁ- ମଦୁରାଇ- ଟୁଟିକୋରିନ ଗ୍ୟାସ ପାଇପଲାଇନ ପ୍ରକଳ୍ପରେ ଏନ୍ନୋର ଠାରେ ଏଲଏନଜି ଟର୍ମିନାଲ ୪ଟି ଦକ୍ଷିଣସମୂହ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାାଟକ ଏବଂ ପୁରୁଚେରିର ୨୫ ଜିଲ୍ଲାକୁ ପହଁଚିବ। ଏହି ପ୍ରକଳ୍ପ ସିଏନଜି ଏବଂ ପିଏନଜି ଆବଶ୍ୟକ କରୁଥିବା ୬ କୋଟି ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବ ଏବଂ ଗ୍ୟାସ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଏହି କ୍ଷେତ୍ରର ୮୦ଟି ଶିଳ୍ପକୁ ମଜବୁତ କରିବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories