www.samajalive.in
Friday, December 12, 2025
26.1 C
Bhubaneswar

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର

କୁଣ୍ଡୁକେଲା  : ମୋଦୀ ସରକାରରେ ବିକଶିତ ଭାରତର ମୂଳଦୁଆ ସ୍ଥାପନ ହୋଇଛି। ଆଜି ସ୍ଥାନୀୟ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦୀ ସରକାର ପଠାଉଥିବା ମନରେଗା ଟଙ୍କା ପାଉଛନ୍ତି, ଏହା ହିଁ ନୂଆ ଓ ପ୍ରଗତିଶୀଳ ଭାରତ ବୋଲି ବୁଧବାର ସୁନ୍ଦରଗଡ଼ ଜିଲ୍ଲାର କୁଣ୍ଡୁକେଲାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସରୁ ପାରମ୍ପରିକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ରଥ ମାଧ୍ୟମରେ ଏଭଳି ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଦେଉଳି ପଞ୍ଚାୟତର ମହାଦେବ ମୁଣ୍ଡା ମନରେଗା ଯୋଜନାର ଲାଭାର୍ଥୀ ଅଟନ୍ତି। ଏହି ଯୋଜନାରେ ସେ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇପାରୁଛନ୍ତି। ଅତି ସହଜରେ ସ୍ମାର୍ଟ ଫୋନ ମାଧ୍ୟମରେ ତା’ର ତଥ୍ୟ ପାଉଛନ୍ତି। ଶ୍ରୀ ପ୍ରଧାନ କହିଥିଲେ ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ମୋଦୀ ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଛି।
କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି। ଉଜ୍ଜ୍ୱଳା ଯୋଜନାରେ ରାଜ୍ୟରେ ୫୩ ଲକ୍ଷ ଗରିବ ମାଆ ମାନଙ୍କ ଘରେ ଗ୍ୟାସ ସଂଯୋଗ ହୋଇଛି। ଖଣି ରାଜସ୍ୱ ୫ ହଜାର କୋଟି ରୁ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଜନଜାତି ଅଧ୍ୟୁଷିତ ଜିଲାରେ ଡିଏମଏଫ ଗଠନ କରି ସ୍ଥାନୀୟ ଜନଜାତିଙ୍କ ବିକାଶ କଥା ଚିନ୍ତା କରିଛନ୍ତି। ସୁନ୍ଦରଗଡ ଜିଲାକୁ ଡିଏମଏଫ୍ ବାବଦକୁ ବାର୍ଷିକ ୧ ହଜାରରୁ ୧୨୦୦ କୋଟି ଟଙ୍କା ଆସୁଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ। ମୋଦୀ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟିଥିଲେ। ବୃକ୍ଷରୋପଣ ପରେ ପ୍ରଦର୍ଶିତ ଷ୍ଟଲ୍ ବୁଲିବା ସହ ଏହାର ପ୍ରଶଂସା କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories