www.samajalive.in
Friday, December 12, 2025
26.1 C
Bhubaneswar

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବରେ ସୁଜାତା

ଭୁବନେଶ୍ବର : ମିଶନଶକ୍ତି ବିଭାଗ ସଚିବ ସୁଜାତା ରାଉତ କାର୍ତ୍ତିକେୟନ (୨୦୦୦ ବ୍ୟାଚ ଆଇଏଏସ୍‌)ଙ୍କୁ ବୁଧବାର ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମତୀ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ବିଭାଗ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।
ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ୍ ଶକ୍ତି ଦାୟିତ୍ବ ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କୁ ପୂର୍ବରୁ ପ୍ରଦାନ କରିଥିଲେ। ଇତିମଧ୍ୟରେ ୭୦ ଲକ୍ଷ ମହିଳା ମିଶନ୍ ଶକ୍ତିର ଅଂଶ ହେବା ସହିତ ସେ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ କରିପାରିଛନ୍ତି। ଗତବର୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ରେକର୍ଡ ପରିମାଣ ୧୧ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ଚଳିତବର୍ଷ ଏହା ୧୫ ହଜାର କୋଟି ଛୁଇଁବା ଆଶା କରାଯାଉଛି। ସୁଜାତାଙ୍କ ନେତୃତ୍ବରେ ମିଶନ୍ ଶକ୍ତି ଓଡ଼ିଶାରେ ଏକ ପରିବାରର ନାମ ହୋଇପାରିଛି।
ଓଡ଼ିଶାରେ କଳା ଏବଂ ସଂସ୍କୃତିର ପ୍ରୋତ୍ସାହନକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଜିଲା କଳା ସଂସ୍କୃତି ସଂଘ ଏବଂ ବ୍ଲକ୍ କଳା ସଂସ୍କୃତି ସଂଘକୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟରେ କଳା ଓ ସଂସ୍କୃତିର ପ୍ରୋତ୍ସାହନ ନିମନ୍ତେ ପାଣ୍ଠି ଯୋଗାଣ ବ୍ୟବସ୍ଥାକୁ ସରକାର ଜୋର ଦେଉଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ନିର୍ଦେଶାଳୟ ଗଠନ ହୋଇଛି। ଏହି ପରିପ୍ରେକ୍ଷୀରେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରୀମତୀ କାର୍ତ୍ତିକେୟନଙ୍କ ନୂଆ ନିଯୁକ୍ତି ଗୁରୁତ୍ବ ବହନ କରୁଛି। ଆଗାମୀ ଦିନରେ ଏ କ୍ଷେତ୍ରରେ ସେ ବ୍ୟାପକ ରୂପାନ୍ତରଣ ଆଣିବେ ବୋଲି ଆଶା କରାଯାଉଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories