କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା କୁଦୋପାଲି ରେ ବୀର ଛବିଲ ସାଏ ସହୀଦ ସ୍ମାରକୀ ଉଦଘାଟିତ

ସମ୍ବଲପୁର  : ୧୮୫୭ ମସିହା ଡିସେମ୍ବର ୩୦ ତାରିଖ କୁଦୋପାଲି ରେ ବୀର ଛବିଲ ସାଏ ଏବଂ ୫୭ ଜଣ ସହଯୋଗୀଙ୍କ ସହୀଦ ହୋଇ ଥିଲେ। ଏହାର ସ୍ମୁତିରେ ଶନିବାର ବଲିଦାନ ଦିନ ଅବସରରେ କୁଦୋପାଲି ରେ ବୀର ଛବିଲ ସାଏ ସହୀଦ ସ୍ମାରକୀ କୁ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଛାତ୍ର ଅଭାବରୁ ବନ୍ଦ ପଡିଥିବା ସ୍କୁଲ ପରିସରରେ ସ୍ଥାପିତ ହୋଇଥିବା ସହୀଦ ସ୍ମାରକୀ ଏବଂ ବୀର ଛବିଲ ସାଏଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଜ୍ବଳନ କରି ବୀର ସହୀଦ ମାନଂକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ରକାର୍ଯ୍ୟକ୍ରମ ସଂଯେଜକ ଡ.ପ୍ରମୋଦ ରଥ, ପ୍ରମୁଖ ସାମିଲ ଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥି ମାନେ ଗତ ୩୭ ବର୍ଷ ଧରି ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମର ସ୍ମୁତି ଏବଂ କୁଦୋପାଲି ର ଇତିହାସ କୁ ନେଇ କରାଯାଇ ଥିବା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ଅବସରରେ କୁଦୋପାଲିକୁ ଐତିହାସିକ ଗ୍ରାମ ଭାବରେ ଘୋଷଣା କରିବା ସହ ବୀର ଛବିଲ ସାଏ ସହୀଦ ସ୍ମାରକୀ ର ବିକାଶ ପାଇଁ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀଂକୁ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।

ବୀର ଛବିଲ ସାଏ ସହୀଦ ସ୍ମାରକୀ କମିଟି କୁଦୋପାଲି ର ସଭାପତି ପ୍ରଫୁଲ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳିକାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଡ ପ୍ରମୋଦ ରଥ ମଖ୍ୟ ଅତିଥି ଏବଂ ସୁବୋଧ ଦୋରା ସମ୍ବାନିତ ଅତିଥି ଏବଂ ଗବେଷକ ଦାସରଥୀ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କୁଦୋପାଲି ର ଇତିହାସ କୁ ନେଇ ଡଲିମା ଭୋଇଙ୍କ ଦ୍ବାରା ପ୍ରକାଶିତ ସମ୍ବଲପୁରୀ ଦରପନ ମାସିକ ପତ୍ରିକା ଉନ୍ମୋଚନ କରାଯାଇ ଥିଲା । କୁଦୋପାଲିର ଇତିହାସକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୁମିକା ନେଇଥିବା ଗବେଷକ ଦାସରଥୀ ସାହୁ, ବୀର ଛବିଲ ସାଏ ସ୍ମୁତି କମିଟି ର ପୁର୍ବତନ ସଭାପତି ପ୍ରଦ୍ୟୁମ୍ନ ସେଠ, ରାମ ସାଗର ସାହୁ, ରାମା ରାଓ, ଫକୀର ବଢାଇ ଏବଂ ସମ୍ବଲପୁରୀ ଗୀତକାର ଜଗଦୀଶ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ ରେ ସ୍ମାରକୀ କମିଟି ର ସମ୍ପାଦକ ବିକାଶ ସାହୁ, ଗଜିନ୍ଦ୍ର ବେହେରା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ପଙ୍କଜିନୀ ମେହେର, କାନ୍ତି ମେହେର, ଝୁନୁ ତ୍ରୀପାଠୀ, ଦେବାଶିଷ ବେହେରା, ଶରତ ବହିଦାର, ଆଲୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ କୁ ସ୍ମାରକୀ କମିଟି ର ଆବାହକ ଭବାନୀଶ ଭୋଇ ପରିଚାଳନା କରିଥିଲେ। ଶେଷରେ କୋଷାଧ୍ୟକ୍ଷ ତରଣା ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.