www.samajalive.in
Sunday, December 14, 2025
18.1 C
Bhubaneswar

ପିଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍‍ ବିଶ୍ୱ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ
କରିଥିଲେ। ଏହାବ୍ୟତିତ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ମାରକ ମୁଦ୍ରା ଓ ଏକ ଓଡିଆ ସାଲ୍‍ ଉପହାରସ୍ୱରୂପ ପ୍ରଦାନ କରିଥିଲେ।
ପି.ଭି ସିନ୍ଧୁଙ୍କୁ ଜଣେ ଆଗଧାଡିର ଯୁବ ପ୍ରତିଭା ଏବଂ ତାଙ୍କର ଉଦ୍ୟମ ସାମାଜିକ ପରିବର୍ତନ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହାସହ ତାଙ୍କୁ ରାଷ୍ଟ୍ରୀୟ ମିଶନ ଏବଂ  ସ୍ୱଚ୍ଛ ଭାରତ ମିଶନ, ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।
ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା ପରେ ପି.ଭି ସିନ୍ଧୁ ଖୁସିବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ କରିଥିବାରୁ  ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନ୍‍ଏଲ୍‍)କୁ ମଧ୍ୟ ସମର୍ଥନ ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ।
ଉଲ୍ଲେଖନୀୟ ଯେ, ପି.ଭି ସିନ୍ଧୁ ହେଉଛନ୍ତି ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ବ୍ରାଣ୍ଡ ଆମ୍ବାସଡର ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories