www.samajalive.in
Friday, December 12, 2025
16.1 C
Bhubaneswar

ବଜେଟ -୨୦୨୧-୨୨: ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ସହାୟତା କରିଛି -ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି । କରୋନା ଭଳି କଠିନ ପରିସ୍ଥିତିରେ ଏହି  ସାଧାରଣ ବଜେଟ ଆସିଛି। ଦେଶପାଇଁ ଗତବର୍ଷ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା, ଯାହାର ସଫଳ ମୁକାବିଲା କରାଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ସହାୟତା କରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ କହିଛନ୍ତି।

ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧପରିକର ଏବଂ ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଖାତା ବହି ବଦଳରେ ଅର୍ଥମନ୍ତ୍ରୀ  ଏଥର ପେପର ଲେସ୍ ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ସେ ସ୍ବଦେଶୀ ଟ୍ୟାବରେ ବଜେଟ ଉପସ୍ତାପନ କରୁଛନ୍ତି। ସୂଚନା ଯୋଗ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ର ବଜେଟ୍‍ କେବଳ ଡିଜିଟାଲଭାବେ ଉପଲବ୍ଧ ହେବ। ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ବଜେଟ୍‍ ଓ ବଜେଟ୍‍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ‘ୟୁନିୟନ ବଜେଟ ଆପ୍‍’ରେ ମିଳିପାରିବ।

- Advertisement -

କରୋନା ମହାମାରୀ ଯୋଗୁ ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ ସେବା ପାଇଁ ଚଳିତ ବଜେଟରେ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହା ଗତ ବଜେଟ ଅପେକ୍ଷା ୧୩୭% ଅଧିକ। ଦେଶରେ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତରେ ୬୪ ହଜାର କୋଟି ଟଙ୍କା ବ୍ୟୟ ହେବ। ସେହିପରି  ୪ଟି ଜାତୀୟ ଇନଷ୍ଟିଚ୍ୟୁଟ୍‌ ଅଫ ଭାୟୋରୋଲୋଜି ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

କରୋନା କାଳରେ ୧୦୦ ରୁ ଅଧିକ ଦେଶକୁ ଭାରତ ପଠାଇଛି ପ୍ରତିଷେଧକ ପଠାଇଛି। ବିଶ୍ୱର ସବୁଠାରୁ କମ୍‌ କୋଭିଡ୍‌ ମୃତ୍ୟୁହାର ଭାରତରେ ରହିଛି ଏବଂ ବିଶ୍ୱର ସବୁଠାରୁ କମ୍‌ କୋଭିଡ୍‌ ସକ୍ରିୟ ହାର ଭାରତରେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କୋଭିଡ୍‌ ଟିକା ପ୍ରସ୍ତୁତିରେ ଭାରତୀୟ ବୈଜ୍ଞାନିକଙ୍କ ସଫଳତାକୁ ଶ୍ରେୟ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏବେ ଦେଶରେ ଆଉ ୨ଟି କାରାନା ଟିକାର ବିକାଶ କରାଯାଉଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories