ଭୁବନେଶ୍ୱର : ଦୀର୍ଘ ୧୦ ମାସ ହେବ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି। ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ଏହା କୋଭିଡ଼ ନିୟମାବଳୀ ଅନୁଯାୟୀ ଖୋଲିଛି। ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡ ଲାଇନ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଖୋଲାଯାଇଛି। ଯଦି କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖାଯାଏ , ସେଠାରେ ଜିଲ୍ଲାପାଳ ଅଥବା ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ।
Popular Categories



