www.samajalive.in
Thursday, December 11, 2025
16.1 C
Bhubaneswar

ବଜେଟ-୨୦୨୧-୨୨ : ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ସେ ଏହି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ କରୋନା ମହାମାରୀ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ।

ଚଳିତ ବଜେଟରେ ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇଷ୍ଟ-ୱେଷ୍ଟ ଓ ନର୍ଥ-ସାଉଥ କରିଡର ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଖଡ଼ଗପୁରରୁ ବିଜୟୱାଡ଼ା  ଇଷ୍ଟକୋଷ୍ଟ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଉ ୨୭ଟି ସହରରେ ୧୦୬୦ କି.ମି ମେଟ୍ରୋ ରେଳ ଲାଇନ ସଂପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

- Advertisement -

ଦେଶର ୪୬ ହଜାର କିଲୋମିଟର ରେଳ ଲାଇନରେ ଟ୍ରେନ୍ ଚଳାଚଳ କରିବ। ୨୦୩୦କୁ ବିଚାରକୁ ନେଇ ଜାତୀୟ ରେଳ ଯୋଜନା ଉପରେ ଦ୍ରୁତଗତିରେ କାର୍ୟ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଶର ପର୍ଯ୍ୟଟନ ରେଳ ଟ୍ରାକରେ ନୂତନ ଓ ଆଧୁନିକ କୋଚ୍ ଚଳାଚଳ କରିବା ନେଇ ଘେଷଣା କରାଯାଇଛି।​‌ ସେହିପରି ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ୬୩ ହଜାର କୋଟି ବ୍ୟୟ ବରାଦ କରାଯାଇଛି।

ଦେଶର ଧାର୍ମିକ ସ୍ଥଳର ଦର୍ଶନ ପାଇଁ ରେଳବାଇ ଆସ୍ଥା ସର୍କିଟ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇଛି। ଏହି ୧୪ ଦିନିଆ ଯାତ୍ରା ସମୟରେ ରେଳବାଇ ପକ୍ଷରୁ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା କରାଯାଇଛି ।  ଏହି ଟ୍ରେନ୍ ସାମସ୍ତିପୁର ରେଳ ମଣ୍ଡଳର ରାକ୍ସଲ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି।

ଭାରତୀୟ ରେଳବାଇ ରେଳଚଳା ବ୍ୟତୀତ ମେଟ୍ରୋ ସିଟି ବସ୍ ସେବା ବୃଦ୍ଧି ଉପରେ ଧ୍ୟାନ ଦେବ। ଏଥି ପାଇଁ ୧୮ ହଜାର କୋଟି ଟଙ୍କା ବ୍ୟୟ ହେବ। କୋଚି, ବାଙ୍ଗାଲୋର, ଚେନ୍ନାଇ, ନାଗପୁର, ନାଶିକରେ ମେଟ୍ରୋ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories