www.samajalive.in
Tuesday, December 9, 2025
16.1 C
Bhubaneswar

ବଜେଟ-୨୦୨୧-୨୨ : ମେଗା-ଜାତୀୟ ରାଜପଥ ପ୍ରକଳ୍ପ

ନୂଆଦିଲ୍ଲୀ :  ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା-ଜାତୀୟ ରାଜପଥ ପ୍ରକଳ୍ପ ସଂପର୍କରେ ଘୋଷଣା କରିଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ମେଗା ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପର ମୂଲ୍ୟ ୧.୦୩ ଲକ୍ଷ କୋଟି ଟଙ୍କା ହେବ। ଏଥିରେ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। ମୁମ୍ବଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର  ସଂପର୍କରେ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। କେରଳରେ ୬୫ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ମଧ୍ୟ ନିର୍ମାଣ ହେବ। ପଶ୍ଚିମବଙ୍ଗରେ କୋଲକାତା-ସିଲିଗୁଡି ପାଇଁ ଜାତୀୟ ରାଜପଥ ପ୍ରକଳ୍ପର ଘୋଷଣା କରାଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ଆସାମରେ ରାଜପଥ ଏବଂ ଅର୍ଥନୈତିକ କରିଡର ବିୟେରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ୮,୫୦୦ କିଲୋମିଟର ସଡକ ପ୍ରକଳ୍ପ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Hot this week

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories