www.samajalive.in
Monday, December 8, 2025
24.1 C
Bhubaneswar

ବୁର୍ଲା ଭିମସାରରେ ଚିକିତ୍ସାଧିନ ଅଜଣା କରୋନା ରୋଗୀଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା କୋଭିଡ ହସ୍ପିଟାଲରେ ବୁଧବାର ଜଣେ ଅଜଣା କୋଭିଡ ରୋଗୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପାଖାପାଖି ୫୫ ବର୍ଷ ହେବ ବୋଲି ବୁର୍ଲା ମେଡ଼ିକାଲ ଫାଣ୍ଡି ପୁଲିସ ସୂତ୍ରରୂ ସୂଚନା ମିଳିଛି। ତେବେ ପୁଲିସ ସୂଚନା ମତେ ଗତକାଲି ଏହି ବୃଦ୍ଧ ରୋଗୀ ଜଣଙ୍କ ଭିମସାର କରୋନା ଆଇସୋଲେସନ ୱାର୍ଡକୁ ଯାଇ ତାଙ୍କ କରୋନା ପରୀକ୍ଷା କରିଥିଲେ। ଏହା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ଭିମସାରର କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ। ପୁଲିସ ଶବ ଜବତ କରିବା ସହିତ କୋଭିଡ ହସପିଟାଲ ଫ୍ରିଜରରେ ରଖିଛି। ଶବକୁ ନିୟମ ମୁତାବକ ତିନିଦିନ କାଳ ଫ୍ରିଜରରେ ରଖାଯିବ। ଶବ ନେବା ପାଇଁ କେହି ଯଦି ପରିବାର ଲୋକେ ଆସନ୍ତି ତେବେ ବୁର୍ଲା ପୁଲିସ ସହିତ ଯୋଗାଯୋଗ କରିବା ପାଇଁ ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories