ଫୁଲବାଣୀ: ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କୋଭିଡ଼୍ ଯୋଦ୍ଧା ଶ୍ରୀଧର ସ୍ୱାଇଁଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁୁକମ୍ପା ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ସ୍ୱର୍ଗତ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ ନାୟକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସରକାର ଏହି ସହାୟତା ପ୍ରଦାନ କରିଥିବାରୁ ପରିବାର ସରକାରଙ୍କ ପାଖରେ କୃତଜ୍ଞ ବୋଲି ପରିବାର ଲୋକେ ଏ ଅବସରରେ ପ୍ରକାଶ କରିଛନ୍ତି। ମଙ୍ଗଳବାର ଜିଲାର ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ୨ କୋଟି ଟଙ୍କା ପ୍ରଦାନ କରିଥିଲେ କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି। ପ୍ରଶାସନ ତରଫରୁ କୋରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁବରଣ କରଥିବା ୪ ପୁଲିସ କର୍ମଚାରୀମାନେ ହେଲେ ଜି ଉଦୟଗିରିର ମହାଜନ ପ୍ରଧାନ, ଫୁଲବାଣୀର ସୁବାଷ ଚନ୍ଦ୍ର ସାହୁ ଓ ଉମେଶ କୁମାର ନାୟକ ଏବଂ ବାଲିଗୁଡାର ବାଳୀ କହଁର।
Popular Categories



