www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେପିକୁ ମେହବୁବାଙ୍କ ରଣହୁଙ୍କାର, କେନ୍ଦ୍ରୀୟ ସଂସ୍ଥା ନୁହେଁ ରାଜନୀତିରେ ଲଢ଼ିବା ଶିଖ

କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତାଙ୍କର ଅନେକ ସାଥୀ ଏବଂ ପରିବାର ସଦସ୍ୟଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଯଦି ଭାରତୀୟ ଜନତା ପାର୍ଟି ତାଙ୍କ ସହ ରାଜନୈତିକ ଦୃଷ୍ଟିରୁ ଲଢ଼ିବାକୁ ଚାହୁଁଛନ୍ତି ତେବେ ସେମାନେ ତାହା କରିବା ଉଚିତ୍ କିନ୍ତୁ କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ହଇରାଣ କରିବା ଗ୍ରହଣୀୟ ନୁହେଁ।

ସେ କହିଛନ୍ତି,”ବିଜେପି ରାଜନୈତିକ ସ୍ତରରେ ମୋ ସହ ଲଢୁ ନାହିଁ। ମୁଁ ବିଜେପିକୁ କହିବାକୁ ଚାହୁଁଛି ଯେ ତୁମର ଯଦି ଏତେ ଶକ୍ତି ଅଛି, ସଂସଦରେ ଏତେ ସଂଖ୍ୟକ ସଦସ୍ୟ ଅଛନ୍ତି ତେବେ ତୁମେ ସରକାର ଗଠନ କର। ଯଦି ତୁମେ ମୋ ସହ ଲଢ଼ିବାକୁ ଚାହୁଁଛ, ରାଜନୈତିକ ଦୃଷ୍ଟିରୁ ତାହା କର, ଜାତୀୟ ଅନୁସନ୍ଧାନ ଏଜେନ୍ସି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ କିମ୍ବା ସିବିଆଇ ଦ୍ୱାରା ନୁହେଁ। ଗଣମାଧ୍ୟମକୁ ସମ୍ବୋଧିତ କରି ମୁଫତି କହିଛନ୍ତି ଯେ ତୃଣମୂଳ ସ୍ଥରକୁ ଆସ ଏବଂ ଯୁଦ୍ଧ କର।

- Advertisement -

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ତାଙ୍କ ପିତାଙ୍କ ସମାଧି ଉପରେ ଅନୁସନ୍ଧାନ କରୁଛନ୍ତି। ଏଭଳି ଅନୁସନ୍ଧାନରୁ କଣ ହାସଲ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ମୋର କ’ଣ ଅଛି? ଯଦି ମୋର କିଛି ଥାଆନ୍ତା ତେବେ ତୁମେ ମୋ ବାପାଙ୍କ କବର ନିକଟକୁ ଯାଇନଥାଆନ୍ତ ବୋଲି ସେ କହିଛନ୍ତି। ମୁଫତି ଆହୁରି ମଧ୍ୟ କହିଛନ୍ତି ଯେ ସରକାର ତାଙ୍କ ବିରୋଧରେ ଅଭିଯୋଗ ଖୋଜି ପାଇ ନାହାଁନ୍ତି, ଯେଉଁଥିପାଇଁ ସେମାନେ ତାଙ୍କୁ ଏବଂ ଅନ୍ୟ ନେତାମାନଙ୍କୁ ବିଭିନ୍ନ ମିଥ୍ୟା ଅଭିଯୋଗରେ ଜଡିତ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ନୀତି ସହ ସେ ଜଡିତ ନାହାନ୍ତି ତେଣୁ ତାଙ୍କୁ ୱାହିଦ-ଉର-ରେହମାନ ମାଧ୍ୟମରେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଇବା ମାମଲା ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories