www.samajalive.in
Saturday, December 13, 2025
23.1 C
Bhubaneswar

ବ୍ରିଟେନ୍‌ରେ ବଢ଼ୁଛି ବେକାରୀ ସଂଖ୍ୟା

କରୋନା ମହାମାରୀ ଲୋକଙ୍କ ପ୍ରାଣ ନେବା ସହ ଅନେକଙ୍କର ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବଡ଼ବଡ଼ ଶିଳ୍ପପତିମାନେ ଏଇ ଲକ୍-ଡାଉନ୍ ସମୟରେ ବିପୁଳ କ୍ଷତି ସହିଛନ୍ତି। ଗଣମାଧ୍ୟମରେ ନିୟମିତ ଏ ସମ୍ପର୍କିତ ଖବରମାନ ପ୍ରକାଶିତ ହେଉଛି। ଏବେ ମଧ୍ୟ ବ୍ରିଟେନ୍‌ ଭଳି ରାଷ୍ଟ୍ରରେ ଲକ୍-ଡାଉନ୍ କୋହଳ କରାଯାଇନାହିଁ। ଏଇ ମହାମାରୀ କାରଣରୁ ଯେ ସେଠାରେ ବେକାରୀ ସଂଖ୍ୟା ବଢ଼ିଚାଲିଛି, ସେଇ ଚିନ୍ତାରେ ବ୍ରିଟେନ୍ ସରକାର ବିବ୍ରତ। ଗତ ୪ ଦଶନ୍ଧିର ଅକାଳନ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ-ସେପ୍ଟେମ୍ବର ମଧ୍ୟରେ ବ୍ରିଟେନ୍‌ ଲୋକ ସବୁଠୁ ଅଧିକ ସଂଖ୍ୟାରେ ଚାକିରି ହରାଇଛନ୍ତି। ୧୮-୨୪ ବର୍ଷୀୟ ଯୁବପିଢ଼ିଙ୍କ ସଂଖ୍ୟା ଏଇ ତାଲିକାରେ ଶୀର୍ଷରେ ଥିବାବେଳେ ନିକଟରେ ସେମାନଙ୍କୁ ଚାକିରି ମିଳିବାର କୌଣସି ସୁଯୋଗ ଦେଖାଯାଉନାହିଁ। ବ୍ରିଟେନ୍‌ରେ ପ୍ରମୁଖ ପ୍ରାନ୍ତରେ ଥିବା କେତୋଟି ସିନେମା ହଲ୍‌ ବନ୍ଦ ହୋଇଯିବା କାରଣରୁ ୫,୫୦୦ ଲୋକ ଚାକିରି ହରାଇଛନ୍ତି। ଯଥାଶୀଘ୍ର ମହାମାରୀର ଟିକା ନ ବାହାରିଲେ, ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବିଜ୍ଞ ବ୍ୟକ୍ତିମାନେ ମତ ଦେଲେଣି। ସେପ୍ଟେମ୍ବର ସୁଦ୍ଧା ବ୍ରିଟେନ୍‌ରେ ୪୩% ଯୁବପିଢ଼ି ଚାକିରି ହରାଇସାରିଛନ୍ତି ବୋଲି ସର୍ବେକ୍ଷଣରୁ ପ୍ରକାଶିତ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories