www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତରଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ: ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ୪୦ଜଣ ଶ୍ରମିକ ଫଶି ରହିଥିବା ସୂଚନା

ଡେରାଡୁନ: ଉତ୍ତରଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ। ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ। ଏହି ଟନେଲରେ ୪୦ଜଣ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫଶି ରହିଥିବା ଶ୍ରମିକଙ୍କ ପାଖକୁ ଅକ୍ସିଜେନ ପହଞ୍ଚାଯାଇଛି। ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର ରହିଥିବାବେଳେ ଚାରଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲର ନିର୍ମାଣ କାର୍ଯ୍ୟ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସିଲ୍କିୟାରାରୁ ଉତ୍ତରାଖଣ୍ଡ ଉତ୍ତରକାଶିର ଦଣ୍ଡଲଗାାଁକୁ ସଂଯୋଗ କରିବା ପାଇଁ ଏହି ଟନେଲ(ସୁଡଙ୍ଗ) ନିର୍ମାଣ କରାଯାଉଥିଲା। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଚାଲିଥିବା ଏହି ଟନେଲ୍ ମାଧ୍ୟମରେ ଉତ୍ତରକାଶିରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories