www.samajalive.in
Friday, December 12, 2025
17.1 C
Bhubaneswar

ବିଶ୍ବକପ୍: ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଲା ଭାରତ, ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌ରେ ରବିବାର ଭାରତୀୟ ଟିମ୍‌ ଦମଦାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ ଏବଂ ରୋହିତ, ଶୁବମନ ଓ କୋହିଲିଙ୍କ ଅର୍ଦ୍ଧ ଶତକ ବଳରେ ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଇଛି ଭାରତ। ୫୦ ଓଭରରେ ଭାରତର ସ୍କୋର ୪୧୦/୪ ରହିଥିବାବେଳେ ବିଶ୍ବକପ ଇତିହାସରେ ଭାରତର ଏହା ଦ୍ବିତୀୟ ସର୍ବାଧିକ ସ୍କୋର ବୋଲି ଜଣାପଡ଼ିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍‌ କରିପାରିଥିଲା। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୪୧୧ ରନ୍‌ର ଲକ୍ଷ୍ୟ ମିଳିଛି।
ଆଜି ଭାରତ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ୬୧ ଓ ଶୁବମନ୍‌ ଗିଲ ୫୧ ରନ ସଂଗ୍ରହ ସହ ପ୍ରଥମ ୱିକେଟ୍‌ରେ ଶତକୀୟ ରନ୍‌ ଭାଗିଦାରୀ କରିଥିଲେ। ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ ଭାରତକୁ ବିଶୋଳ ସ୍କୋର କରିବାରେ ସହାୟକ ହୋଇଥିଲା। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍‌ କରିଥିବାବେଳେ କେଏଲ୍‌ ରାହୁଲ ୧୦୨ ରନ୍‌ କରିଥିଲେ।
ନେଦରଲାଣ୍ଡସର ବାସ ଲିଡ୍ ୨ ୱିକେଟ ନେଇଥିବାବେଳେ ମେରୱେ ଏବଂ ମିକରିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories