www.samajalive.in
Friday, December 12, 2025
19.1 C
Bhubaneswar

ଆଲୋକର ପର୍ବ ଦୀପାବଳି: ସବୁଠି ଉତ୍ସାହର ମାହୋଲ, ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ସନ୍ଧ୍ୟାରୁ ଘର ସମ୍ମୁଖରେ ଦୀପ ଜଳୁଥିବାବେଳେ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର। ନୂଆ ପୋଷାକ ପିନ୍ଧି ଦୀପ ଜାଳି ଲୋକେ ବାଣ ଫୁଟାଉଛନ୍ତି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳିର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

ସନ୍ଧ୍ୟା ହେବା କ୍ଷଣି ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡେଲରେ ଲୋକେ ଘରକୁ ସଜାଇଛନ୍ତି। ପିଠାପଣା ଓ ମିଠା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରୁଛନ୍ତି ସଭିଏଁ । ପବିତ୍ର ଦୀପାବଳି ଉପଲକ୍ଷେ ଆଜି ପୟା ଶ୍ରାଦ୍ଧ ରହିଥିଲା। ତେଣୁ ଏହି ଅବସରରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେଇଛନ୍ତି। କାଉଁରିଆ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆ ଡାକ ଦେଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories