www.samajalive.in
Friday, December 12, 2025
19.1 C
Bhubaneswar

‘ମିଲେଟ୍ ଗାର୍ଲ’ଙ୍କୁ ମାଣ୍ଡିଆ ଦେଇଛି ନୂଆ ପରିଚୟ: ପାଠପଢ଼ା ସହ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କେକ୍‌ ଓ ବିସ୍କୁଟ

ଭୁବନେଶ୍ବର: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ବିବେଚିତ ହେଉଥିଲା। ହେଲେ ଏବେ ଧନୀଙ୍କ ପ୍ଲେଟ୍‌ରେ ବି ଦେଖିବାକୁ ମିଳିଲାଣି। ଦିନ ମଜୁରିଆଠୁ ଶିଳ୍ପପତି ସମସ୍ତେ ଖାଇଲେଣି ମାଣ୍ଡିଆ। ମାଣ୍ଡିଆ କେକ୍‌, ବିସ୍କୁଟ, ମୋମୋ, ପିଜା, ସୁପ୍‌ ଆଦି ଯୁବବର୍ଗଙ୍କ ପସନ୍ଦ ପାଲଟିଛି। କେବଳ ଖାଇବା ନୁହେଁ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ମନ ବଳାଇଲେଣି ଯୁବପିଢ଼ି। ଭୁବନେଶ୍ବରସ୍ଥିତ ରାଜଧାନୀ ମହାବିଦ୍ୟାଳୟର ଛାତ୍ରୀ ସସ୍ମିତା ପତି ମାଣ୍ଡିଆରେ ସୁସ୍ବାଦୁ କେକ୍ ଏବଂ ବିସ୍କୁଟ ପ୍ରସ୍ତୁତ କରି ଏବେ ମିଲେଟ୍ ଗାର୍ଲ ଭାବେ ନୂଆ ପରିଚୟ ହାସଲ କରିଛନ୍ତି।

ସସ୍ମିତାଙ୍କୁ ପରିବାର ଲୋକଙ୍କ ପକ୍ଷରୁ ପ୍ରଥମେ ସେତେଟା ସମର୍ଥନ ମିଳୁ ନ ଥିଲେ ବି ନିଜ ପକେଟ୍ ମନିରୁ ସେ ଏହି ପ୍ରଚେଷ୍ଟା ଆରମ୍ଭ କରିଥିଲେ। ଆଗକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ସସ୍ମିତା ୨୦୨୦ କୋଭିଡ୍ ମହାମାରୀ ସମୟରେ ପ୍ରଥମେ ମାଣ୍ଡିଆ ଚକୋଲେଟ୍ କେକ୍‌ ପ୍ରସ୍ତୁତ କରିଥିଲେ। ପରେ ଏହା ତାଙ୍କର ସଉକ୍‌ ପାଲଟିଯାଇଛି। ନିଜେ ପ୍ରସ୍ତୁତ କରିଥିବା କେକ୍‌ ସେ ପ୍ରଥମେ ତାଙ୍କ ସାଙ୍ଗମାନଙ୍କୁ ଖାଇବାକୁ ଦେଇଥିଲେ। ସାଙ୍ଗମାନେ ଏହାକୁ ବେଶ୍ ପସନ୍ଦ କରିଥିଲେ।

- Advertisement -

ସେବେଠୁ ଏଥିପ୍ରତି ତାଙ୍କ ଆଗ୍ରହ ବଢ଼ିଲା। ମାଣ୍ଡିଆ କେକ୍ ଓ ବିସ୍କୁଟ ପ୍ରସ୍ତୁତ କରି ସେ ଏହାକୁ ବିକ୍ରି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ସାଙ୍ଗମାନଙ୍କ ସହାୟତାରେ ସେ ଏହା ବିକ୍ରି କରିଥାନ୍ତି। ମାସକୁ ତାଙ୍କ ପାଖକୁ ଏଭଳି କେକ୍‌ ପାଇଁ ୩୦ରୁ ଅଧିକ ଅର୍ଡର ଆସୁଛି। ୧୦୦ ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟର ଭଳିକି ଭଳି କେକ୍‌ ସେ ପ୍ରସ୍ତୁତ କରି ଏହାକୁ ବିକ୍ରି କରୁଛନ୍ତି। ବାର୍ବି ଡଲ, ରୋଜ୍‌ କେକ୍ ଆଦିର ଚାହିଦା ଅଧିକ ରହିଛି। ବଜାରରେ ମିଳୁଥିବା କେକ୍ ଅପେକ୍ଷା ମାଣ୍ଡିଆରେ ପ୍ରସ୍ତୁତ କେକ୍ ପୋଷଣଯୁକ୍ତ। ଏନେଇ ସସ୍ମିତା କୁହନ୍ତି, ମଇଦା ଓ ଚିନିର ବ୍ୟବହାର ହେଉଥିବାରୁ ପରିବାର ଲୋକେ କେବେବି କେକ୍‌ ଖାଆନ୍ତି ନାହିଁ। କିନ୍ତୁ ଏହି ମାଣ୍ଡିଆ କେକ୍ ସମସ୍ତେ ଖାଉଛନ୍ତି। ସସ୍ମିତାଙ୍କ ପରିବାର ଲୋକେ କୁହନ୍ତି ଯେ, ଝିଅକୁ ନେଇ ଆମର ବହୁତ କିଛି ସ୍ବପ୍ନ ରହିଛି। ସେ ମେଧାବୀ। ପାଠପଢ଼ା ସହ ସେ ମାଣ୍ଡିଆ କେକ୍ ଓ ବିସ୍କୁଟ୍ ପ୍ରସ୍ତୁତ କରିପାରୁଛି। ସମସ୍ତଙ୍କୁ ମଧ୍ୟ ଏହା ଭଲ ଲାଗୁଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories