www.samajalive.in
Saturday, December 13, 2025
21.1 C
Bhubaneswar

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ : ଭାରତ-ପାକିସ୍ତାନ ସେମିଫାଇନାଲ ଆଜି

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଏଠାରେ ଖେଳାଯାଉଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ମଙ୍ଗଳବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ୪ଥର ଚମ୍ପିଆନ୍‌ ଭାରତ ସେମିଫାଇନାଲ ମ୍ୟାଚ୍‌ ଜିତି କ୍ରମାଗତ ଭାବେ ୩ୟ ଥର ପାଇଁ ଏହି ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟାକରିବ। ପେସ୍ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିବା ବେଳେ ଆଫ୍‌ଗାନିସ୍ତାନକୁ ସହଜରେ ପାକିସ୍ତାନ ପରାସ୍ତ କରିଛି।
ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ଉଭୟ ଭାରତ ଓ ପାକିସ୍ତାନ ଦଳ ଅପରାଜେୟ ରହି ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌କୁ ନେଇ ବିଶ୍ବବ୍ୟାପୀ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସେମିଫାଇନାଲ ମ୍ୟାଚ୍ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପାକିସ୍ତାନ ଦଳର ଅଧିନାୟକ ରୋହିଲ୍‌ ନାଜିର୍‌ କହିଛନ୍ତି, ମ୍ୟାଚ୍‌ ଜିତିବାକୁ ପାକିସ୍ତାନ ଖେଳାଳିଙ୍କ ଉପରେ ଚାପ ରହିବ। ତେବେ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହେଲେ ଏହି ଦଳର କ୍ରିକେଟର୍‌ ରାତାରାତି ଖ୍ୟାତି ଅର୍ଜନ କରିବେ। ଅନ୍ୟପକ୍ଷରେ ପାକିସ୍ତାନ ଦଳର ଓପନର୍‌ ମହମ୍ମଦ ହୁରୈରା କହିଛନ୍ତି, ଦଳ ସେମିଫାଇନାଲ ମ୍ୟାଚ୍‌ ଅନ୍ୟ ମ୍ୟାଚ୍‌ ଭଳି ଦୃଷ୍ଟିରେ ରଖି ବିନା ଚାପରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟାକରିବ।

ଆଜି (ମଙ୍ଗଳବାର)ର ମାଚ୍‌
ଭାରତ-ପାକିସ୍ତାନ ସେମିଫାଇନାଲ
ଭାରତୀୟ ସମୟ ଅପରାହ୍ନ ୧.୩୦ରୁ; ଚ୍ୟାନେଲ- ଷ୍ଟାର୍ ସ୍ପୋର୍ଟସ ୧ ଓ ୩

- Advertisement -

ଗତବର୍ଷ ସେପ୍ଟେମ୍ବରରେ ଭାରତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଥିଲା। ୨୦୧୮ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ୨୦୩ ରନ୍‌ରେ ଭାରତ ପରାସ୍ତ କରିଥିଲା। ସେମିଫାଇନାଲରେ ବିଜୟୀ ହେବାକୁ ହେଲେ ପ୍ରିୟମ୍ ଗର୍ଗଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଓପନର୍‌ ଯଶସ୍ବୀ ଜୟସ୍ବାଲ୍‌ଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରଖିଛି ଭାରତୀୟ ଦଳ। ଯଶସ୍ବୀ ଅଷ୍ଟ୍ରେଲିଆ ମ୍ୟାଚ୍‌ ସହ ୪ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଅନ୍ୟ ବ୍ୟାଟସମ୍ୟାନ୍‌ଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ। ଭାରତୀୟ ଦଳର ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗି ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ଭାରତର ବିଜୟ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପାକିସ୍ତାନ ଦଳର ଦ୍ରୁତ ବୋଲର ଆବବାଦ୍‌ ଆଫ୍ରିଦି, ମହମ୍ମଦ ଆମିର୍‌ ଖାନ୍‌ ଓ ତାହିର୍‌ ହୁସେନ୍‌ଙ୍କ ପ୍ରତି ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ। ସମସ୍ତ ମ୍ୟାଚ୍‌ରେ ପାକ୍ ପେସ୍ ବୋଲର ଚମତ୍କାର ବୋଲିଂ କରିଛନ୍ତି। ତେଣୁ ଟାଇଟଲ ବଜାୟ ରଖିବାକୁ ହେଲେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories