www.samajalive.in
Monday, December 15, 2025
27.1 C
Bhubaneswar

ପରିବେଶର ସଂରକ୍ଷଣରେ ’କୋପ-୧୪’ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ : ଜାବଡେକର

ନୂଆଦିଲ୍ଲୀ : ସ୍ଥଳଭାଗ ମରୁଭୂମିରେ ପରିଣତ ଭଳି ସ୍ଥିତିକୁ ରୋକିବା ପାଇଁ ଜାତିସଂଘ ସମ୍ମିଳନୀ ଅଧୀନରେ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍- କୋପ-୧୪,  ଗ୍ରେଟର୍‍ ନୋଇଡ଼ାରେ ଆରମ୍ଭ ହୋଇଛି । ଭାରତ ଦୁଇ ବର୍ଷ ପାଇଁ ଏଥିରେ ଅଧ୍ୟକ୍ଷତା କରୁଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର, ସ୍ଥଳ ପରିବେଶ ଓ ମୋଟାମୋଟି ପରିବେଶର ସଂରକ୍ଷଣ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି ।  କୋପ-୧୪ର ଲକ୍ଷ୍ୟ ହେଉଛି ସ୍ଥାୟୀ ସ୍ଥଳ ପରିଚାଳନା, ସ୍ଥଳଭାଗ ଅବନତିର ସୁରକ୍ଷା, ମରୁଡ଼ି ଦୂରୀକରଣ, ଭୂମିକୁ ମରୁଭୂମିରେ ପରିଣତ ହେବାକୁ ରୋକିବା ଓ ଧୂଳିଝଡ଼ ସମସ୍ୟାର ସମାଧାନ କରିବା ବୋଲି ସେ କହିଛନ୍ତି। ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, କୋପ-୧୪ କୃଷି, ବନୀକରଣ, ଜମି, ଜଳ ପରିଚାଳନା ଓ ଦାରିଦ୍ର୍ୟ ଦୂରୀକରଣ ଭଳି କାର୍ଯ୍ୟକ୍ରମଗୁଡ଼ିକରେ ସମନ୍ୱୟ ଆଣିବା ସହ ଏଗୁଡ଼ିକୁ ଆଗକୁ ଆଗେଇ ନେଇପାରିବ। ଫଳସ୍ୱରୂପ, ସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ଭବ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତା ୯ ତାରିଖରେ ଉଚ୍ଚସ୍ତରୀୟ ବିଭାଗର ଉଦ୍‍ଘାଟନୀ ଅଧିବେଶନର  ଶୁଭାରମ୍ଭ କରିବେ। ଏହାସହ ଅନେକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିରେ ସ୍ଥଳଭାଗକୁ ମରୁଭୂମିରେ ପରିଣତ ହେବାକୁ ରୋକିବା ଓ ମରୁଡ଼ି ଭଳି ପରିସ୍ଥିତିକୁ ଏଡାଇବାପାଇଁ ଭାରତର ଉଦ୍ୟମ ଓ ଭବିଷ୍ୟତର କାର୍ଯ୍ୟପନ୍ଥାର ପ୍ରଦର୍ଶନ ହେବ। ଭାରତୀୟ ପାଭିଲିୟନ୍‍ରେ ମଧ୍ୟ ଜଳ, ସ୍ଥଳ, ଶକ୍ତି, ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତର ସଫଳତାର ପ୍ରଦର୍ଶନ ହେବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories