www.samajalive.in
Saturday, December 6, 2025
16.1 C
Bhubaneswar

କାହିଁକି ହେଉଛି ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଯୁଦ୍ଧ ? ଜାଣନ୍ତୁ..

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‍ ମଧ୍ୟରେ ଲାଗିଥିବା ଲଢ଼େଇ ଉଗ୍ରରୂପ ଧାରଣ କରିଛି । ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଏହାରି ଭିତରେ ଆପଣମାନେ ନାଟୋର ନାଁ ପ୍ରାୟ ସବୁବେଳେ ଶୁଣୁଥିବେ । ହେଲେ ନାଟୋ କ’ଣ ? ନାଟୋ କେଉଁ କାମ କରିଥାଏ ? ଏ ନାଟୋର ପୂର୍ଣ୍ଣରୂପ କଣ ? ଏସବୁ କ’ଣ ଆପଣ ଜାଣିଛନ୍ତି ? ଆସନ୍ତୁ ଜାଣିବା ..

ନାଟୋ ହେଉଛି କିଛି ଦେଶର ସାମରିକ ସଙ୍ଗଠନ । ଯାହାକି ୧୯୪୯ରେ ପ୍ରତିଷ୍ଠା ହୋଇଥିଲା । ପ୍ରଥମେ ବିଶ୍ୱର ୧୨ଟି ଦେଶ ଏଥିଲେ ସାମିଲ ହୋଇଥିଲେ । ପରେପରେ ନାଟରେ ସଦସ୍ୟତାଙ୍କ ସଂଖ୍ୟା ୩୦ରେ ପହଞ୍ଚିଲା । ନାଟୋର ସମ୍ପୂର୍ଣ୍ଣ ନାଁ ହେଉଛି ନର୍ଥ ଆଟଲାଣ୍ଟିକ୍‍ ଟ୍ରେଟି ଅରଗାନାଇଜେସନ । ଏହା କେବଳ ଦେଶର ସୁରକ୍ଷାନୀତି ଉପରେ କାମ କରିଥାଏ । ଏକ ଉଦାହରଣ ସହ ଆମେ କହିବାକୁ ଚାହିଁବୁ । ନାଟୋରେ ସାମିଲ ଥିବା ଯେକୌଣସି ଗୋଟିଏ ଦେଶ ଉପରେ ଯଦି କୌଣସି ଦେଶ ଆକ୍ରମଣ କରେ । ତେବେ ନାଟୋ ତାହା ସହ ତତ୍‍କ୍ଷଣାତ୍‍ ଛିଡ଼ା ହୋଇଥାଏ । ଅର୍ଥାତ୍‍ ୩୦ଟି ଦେଶ ସିଧାସଳଖ ସେହି ଦେଶ ଉପରେ ଆକ୍ରମଣ କରେ । ୟୁକ୍ରେନ୍‍ ଚାହୁଁଥିଲା ନାଟୋରେ ସାମିଲ ହେବାକୁ । ହେଲେ ରୁଷ ଚାହୁଁନଥିଲା ୟୁକ୍ରେନ୍‍ ନାଟୋ ସହିତ ସାମିଲ ହେଉ । କାରଣ ରୁଷିଆର ଏକ ଅଂଶ କହିଲେ ଭୁଲ ହେବନାହିଁ ୟୁକ୍ରେନ୍‍ । ନାଟୋରେ ୟୁକ୍ରେନ୍‍ ସାମିଲ ହେବା ପରେ ୟୁକ୍ରେନ ଶକ୍ତିଶାଳୀ ହୋଇଯାଇଥାନ୍ତା । କେବଳ ଏହି କାରଣରୁ ରୁଷ ସଦାସର୍ବଦା ୟୁକ୍ରେନକୁ ବିରୋଧ କରିଆସୁଥିଲା । ଯାହା ଫଳରେ ଆଜି ଯୁଦ୍ଧ ହୋଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories