www.samajalive.in
Friday, December 5, 2025
20.1 C
Bhubaneswar

ରଜରେ ୟୁଜି ଓ ପିଜି ନାମଲେଖା

ଭୁବନେଶ୍ବର: ଉଭୟ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ରଜରେ ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାର ସ୍ନାତକ ନାମଲେଖା ପାଇଁ ଏବଂ ଏହାର ଦିନକ ପରେ ଅର୍ଥାତ୍ ୧୩ ତାରିଖରେ ସ୍ନାତକୋତ୍ତୋର ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଉଭୟ ୟୁଜି ଓ ପିଜି ପାଠପଢ଼ା ଜୁଲାଇ ୧୦ ତାରିଖରୁ ଆରମ୍ଭ ହେବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ +୩ ନାମଲେଖା ୪ଟି ରାଉଣ୍ଡରେ ହେବ। ପ୍ରଥମ ରାଉଣ୍ଡରେ ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀ ୧୨ରୁ ୧୭ ତାରିଖ ମଧ୍ୟରେ ନାମଲେଖା ଫି’ ଜମା କରିବା ସହ ୧୩ରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ୨୨ ତାରିଖରେ ଦ୍ୱିତୀୟ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବା ପରେ ୨୫ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପରି ଜୁଲାଇ ୧ ତାରିଖରେ ତୃତୀୟ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ ଓ ୪ ତାରିଖ ମଧ୍ୟରେ ନାମଲେଖା ହେବ। ୩ଟି ପର୍ଯ୍ୟାୟ ସରିବା ପରେ ବଳକା ସିଟ୍‌ରେ ନାମ ଲେଖାଇବାକୁ ଚତୁର୍ଥ ତଥା ୱେଟିଂ ଲିଷ୍ଟ ରାଉଣ୍ଡ ହେବ। ଏଥିପାଇଁ ପିଲାମାନେ ଜୁଲାଇ ୭ରୁ ୧୦ ତାରିଖ ମଧ୍ୟରେ ଅନ୍‌ଲାଇନ୍ ଆବେଦନ କରିବେ। ସେହିପରି ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ଆସନ୍ତା ୧୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫ୍ରିଜ୍‌, ସ୍ଲାଇଡ୍ ବା ଫ୍ଲଟ୍ ଅପସନ୍ ଦେବା ସହ ନାମଲେଖା ଫି’ ଜମା କରିବେ। ୧୬ରୁ ୧୮ ମଧ୍ୟରେ ସେମାନଙ୍କ ନାମଲେଖା ଅନୁଷ୍ଠିତ ହେବ। ୨୩ ତାରିଖରେ ଦ୍ୱିତୀୟ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବା ପରେ ୨୬ ତାରିଖ ମଧ୍ୟରେ ଫି’ ଜମା କରି ନାମ ଲେଖାଇ ପାରିବେ। ସେହିପରି ଜୁଲାଇ ୩ ତାରିଖରେ ତୃତୀୟ ତଥା ଶେଷ ରାଉଣ୍ଡ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୮ ତାରିଖ ମଧ୍ୟରେ ନାମ ଲେଖାଇବେ। ୩ଟି ପର୍ଯ୍ୟାୟ ସରିବା ପରେ ବଳକା ସିଟ୍‌ରେ ନାମ ଲେଖାଇବାକୁ ୱେଟିଂ ଲିଷ୍ଟ ରାଉଣ୍ଡ ହେବ। ଏଥିପାଇଁ ପିଲାମାନେ ଜୁଲାଇ ୧୪ରୁ ୧୭ ତାରିଖ ମଧ୍ୟରେ ଅନ୍‌ଲାଇନ୍ ଆବେଦନ କରିବେ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories