ସାହାରପଡା ବ୍ଲକରେ ଉଦ୍ୟାନ ଚାଷ ପ୍ରହସନ

ପାଟଣା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀ ମାନଙ୍କୁ ଚାଷ ନିମନ୍ତେ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ସାହାରପଡା ବ୍ଲକ ଦିଗିପସି ପଞ୍ଚାୟତ ଗାଇଁଶୀରି ଗ୍ରାମରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ବା ନାବାର୍ଡର ଆର୍ଥିକ ସହାୟତାରେ, ଉଦ୍ୟାନ ବିକାଶ ଯୋଜନାରେ ୫୧.୫୧ ହେକଟର ଜମିରେ ଆମ୍ବ ଓ କାଜୁ ଚାରା ଗତ ୨୦୨୩ ମସିହାରୁ ଲଗା ଯାଇଥିଲା । ଉକ୍ତ ଉଦ୍ୟାନକୁ ପରିଚାଳନା ନିମନ୍ତେ ବନବାସୀ କଲ୍ୟାଣ ଆଶ୍ରମ ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନକୁ ନାବାର୍ଡ ନିୟୋଜିତ କରିଥିଲା । ମାତ୍ର ଉକ୍ତ ଅନୁଷ୍ଠାନର ବେଖାତିର ମନୋଭାବ ଯୋଗୁ ଗୋଟିଏ ବି ଗଛ ବଞ୍ଚି ରହିଲା ନାହିଁ । ଚଳିତ ବର୍ଷ ମଧ୍ୟ ଅଳ୍ପ କିଛି ଗଛ ଲଗାଯାଇଥିଲା ସେଥିରୁ ୧୦ ରୁ ୨୦ ଟି ମାତ୍ର ବଞ୍ଚିଥିବା ଦେଖାଯାଇଛି । ଉକ୍ତ ସ୍ଥାନରେ ଚଳିତ ବର୍ଷ ମାଣ୍ଡିଆ ଚାଷ କରାଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାବାର୍ଡ ଭଳି ଦାୟିତ୍ୱ ସମ୍ପନ୍ନ ସଂସ୍ଥା ଅଭିଜ୍ଞତା ନଥିବା ଏକ ଅନୁଷ୍ଠାନକୁ ମନୋନୀତ କରି ଲକ୍ଷ ଲକ୍ଷ ସରକାରୀ ଅର୍ଥ ବର୍ବାଦ କେମିତି କରୁଛି ବୋଲି ଏଠାରେ ସାଧାରଣରେ ଚର୍ଚ୍ଚା ହେଉଛି ।
Comments are closed.