www.samajalive.in
Monday, December 8, 2025
13.1 C
Bhubaneswar

ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ମୁଁ ବ୍ୟାକୁଳ : ରାକ୍ଷୀ ସାୱନ୍ତ

ମୁମ୍ବଇ : ଆଉ କିଛି ସମୟପରେ ଅର୍ଥାତ ସନ୍ଧ୍ୟା ୬ଟା ୪୦ମିନିଟ୍ ସମୟରେ ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ଶପଥ ପାଠ କରିବା ପୂର୍ବରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଡ୍ରାମା କ୍ବିନ୍ ରାକ୍ଷୀ ସାୱନ୍ତ। ରାକ୍ଷୀ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି। ଯେଉଁ ଥିରେ ମହାରାଷ୍ଟ୍ରର ରାଜନୀତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଉଦ୍ଧବଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ବ୍ୟାକୁଳ। କେତେବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେ ସମୟକୁ ପ୍ରତିକ୍ଷା କରିଛି। ସେ କହିଛନ୍ତି, ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ମୁଁ ବେଶ୍ ଆଗ୍ରହୀ। ସେ ହେଉଛନ୍ତି ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କର ପୁଅ। ତେଣୁ ତାଙ୍କ ରକ୍ତରେ ରାଜନୀତି ରହିଛି। ମୁଁ ଭଗବାନଙ୍କ ପାଖରେ ସବୁବେଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପାଇଁ ପ୍ରାର୍ଥନା କରି ଆସୁଥିଲି। ସେ ମୁଖ୍ୟମନ୍ତ୍ରୀ ହେବା ସମସ୍ଥ ମରାଠୀଙ୍କ ପାଇଁ ଶୁଭ ସଂକେତ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories