www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ସଂକଟରେ ଅଧିକ ପ୍ରଭାବିତ ଭିନ୍ନକ୍ଷମ : ୟୂଏନ

ନୂଆଦିଲ୍ଲୀ : ବିଶ୍ବରେ କରୋନା ମହାମାରୀ ଯୋଗୁ ଅଧିକାଂଶ ଦେଶ ପ୍ରଭାବିତ ହୋଇଛି। ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଏକ ବିଲିୟନ ଭିନ୍ନକ୍ଷମ କରୋନା ଯୋଗୁ ପ୍ରଭାବିତ ହୋଇଥିବା ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗଟରେସ କହିଛନ୍ତି। କରୋନା ଯୋଗୁ ଲୋକଙ୍କ ମଧ୍ୟରେ ଅସମାନତା ଦେଖାଦେଇଛି। ଗରିବ ଓ ଅସହାୟ ଲୋକ ଅବହେଳିତ ହେଉଥିବା ବେଳେ ଭିନ୍ନକ୍ଷମ ଯଦି କରୋନା ସଂକ୍ରମିତ ହେଲେ, ତା ହେଲେ ସମସ୍ୟା ବଢ଼ିଯାଉଛି। ଏପରିକି ସେମାନଙ୍କ ମୃତ୍ୟୁ ମଧ୍ୟ ହେଉଛି। ବୃଦ୍ଧାଶ୍ରମ ଓ ଭିନ୍ନକ୍ଷମ ସଂସ୍ଥାରେ କୋଭିଡ ଜନିତ ମୃତ୍ୟୁ ହାର ୧୯ରୁ ୭୨ ପ୍ରତିଶତ ଯାଏ ରହୁଥିବା ଶ୍ରୀ ଗଟରେସ କହିଛନ୍ତି। କେତେକ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି। ଗରିବ ଅସହାୟଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତଙ୍କୁ ସମାନ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯିବା ଦରକାର ବୋଲି ଶ୍ରୀ ଗଟରେସ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories