www.samajalive.in
Sunday, December 7, 2025
16.1 C
Bhubaneswar

ୟୁଏଆଇଏଲ୍ ପକ୍ଷରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ“ଉନ୍ନତ” ର ଶୁଭାରମ୍ଭ

କଲମପୁର : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍ଏଫ୍) ସହଯୋଗରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ଥୁଆମୁଲରାମପୁର ବ୍ଲକ୍ର ୧୫୦୦ରୁ ଅଧିକ ଗ୍ରାମୀଣ ପରିବାରର ଆୟକୁ ଦ୍ୱିଗୁଣିତ କରିବା ଓ ଜୀବନୀଜିବାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଲାଗି ୟୁଏଆଇଏଲ୍ ଓ ବିଆର୍ଏଲ୍ଏଫ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ଆଜି ସ୍ୱାକ୍ଷରିତ ହୋଇଛି।  ‘ଉନ୍ନତ” ହେଉଛି କୃଷି ଏବଂ ଜୀବିକା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉତ୍କଳ ଆଲୁମିନାର ଉଦ୍ୟମ । ହିଣ୍ଡାଲକୋର ଗୋଷ୍ଠୀ ସମ୍ପର୍କ ଓ ନିରନ୍ତରତା ଶାଖାରେ ଏକ ପ୍ରମୁଖ ଅଭିଯାନ । ଏହି ଚାରି ବର୍ଷିଆ ଜୀବନଜୀବିକା କାର୍ଯ୍ୟକ୍ରମରେ ନିରନ୍ତର ଜୀବନଜୀବିକା ବିକାଶ ଅଭିଯାନ ଜରିଆରେ କାଶିପୁର ଓ ଥୁଆମୁଳ ରାମପୁର ବ୍ଲକର ୧୫,୦୦୦ କ୍ଷୁଦ୍ର ଓ ନାମମାତ୍ର ପରିବାର, ଭୂମିହୀନ ପରିବାର ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ପାଂଚଟି ପ୍ରମୁଖ ଉପାଦାନ-ଗୋଷ୍ଠୀ ସଂଗଠନ ର ଗଠନ (ଚାଷୀ ଉତ୍ପାଦକ ଓ ଚାଷୀ ଉତ୍ପାଦକ କଂପାନି ଗଠନ କରିବା ଏବଂ ସୁଦୃଢ଼ କରିବା), କୃଷି ଓ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟକଳାପ ପାଇଁ କ୍ଲଷ୍ଟର ବିକାଶ (ଉନ୍ନତ କୃଷି, ପଶୁପାଳନ, ଏବଂ ଲଘୁ ଜଙ୍ଗଲଜାତ ଉତ୍ପାଦ), ଜଳସେଚନ ଭିତିଭୂମିରେ ଉନ୍ନତି (ଜମି ଓ ଜଳ ପରିଚାଳନା ଜରିଆରେ), ସାମଗ୍ରିକ ବିପଣନ (ଉତ୍ପାଦକ ଦଳ ଜରିଆରେ ଉତ୍ପାଦର ମୂଲଚାଲ ଓ ବିକ୍ରି), ଓ କୃଷି-ଉଦ୍ୟୋଗୀମାନଙ୍କ କ୍ୟାଡର ଗଠନ ଓ ବିକାଶ ଇତ୍ୟାଦି ଅନ୍ୟତମ। ଏହି କାର୍ଯ୍ୟକ୍ରମକୁ ସମ୍ଭାବ୍ୟ ସରକାରୀ ସ୍କିମ୍ ଏବଂ କାର୍ଯ୍ୟକ୍ରମ ଯଥା ମନରେଗା, ଓଡ଼ିଶା ଜୀବିକା ମିସନ, ଆଟିଡିଏ, ଜାତୀୟ ଉଦ୍ୟାନ ମିସନ, ଜଳାଶୟ ବିକାଶ କାର୍ଯ୍ୟକ୍ରମ,ଏଲ୍ଆଇସି,  ଓ ଏଆଇସି ଇତ୍ୟାଦି ସହିତ ସମନ୍ୱିତ କରି ସଂଯୁକ୍ତ ରାଷ୍ଟ୍ର ର ଏଜେଣ୍ଡା  ୨୦୩୦ରେ ରହିଥିବା ଏସ,ଡି.ଜି)ର (ଲକ୍ଷ୍ୟ୧,୨ ଓ ୧୭) ରେ ଥିବା ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାଶୂନ୍ୟ ଓ ସହଭାଗିତା ଲକ୍ଷ୍ୟ ହାସଲ କରିବା ପାଇଁ ଯୋଗଦାନ ପ୍ରଦାନ କରିବ। ୟୁଏଆଇଏଲ୍ ଓ ବିଆର୍ଏଲ୍ଏଫ୍ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ୟୁଏଆଇଏଲ୍ର ପାରିପାଶ୍ୱିର୍କ ଅଂଚଳରେ ଏକ ଆତ୍ମ ନିର୍ଭରଶୀଳ ପରିବେଶ ସୃଷ୍ଟି କରିବା ଉପରେ ଖୁସି ବ୍ୟକ୍ତ କରି ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ୟୁଏଆଇଏଲ୍ ଯିଏ ଭର୍ଚୁଆଲ୍ ଚୁକ୍ତି ସ୍ୱାକ୍ଷର ସମାରୋହରେ ଅଂଶଗ୍ରହଣ କରିଥିଲେ। ଉଭୟ ଟିମ୍କୁ ଆହ୍ୱାନ ଦେଇ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିବାକୁ ସେ ପ୍ରତ୍ସୋହିତ କରିଥିଲେ। ଏହା ଏହି ଅଂଚଳରେ ସମୃଦ୍ଧି ଆଣିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅଂଚଳରେ ଏଭଳି ବଡ଼ ଧରଣରର ଜୀବିକା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ୟୁଏଆଇଏଲ୍ ର ଉଦ୍ୟମକୁ ପ୍ରଶଂସା କରି ବିଆର୍ଏଲ୍ଏଫ୍ ର ସିଇଓ ଶ୍ରୀଯୁକ୍ତ ପ୍ରମଥେଶ ଅମ୍ବାସ୍ତା ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ପିପିପି ମଡେଲ୍ କାର୍ଯ୍ୟକ୍ରମ ରାଜ୍ୟ ଓ ଦେଶରେ କାର୍ଯ୍ୟକାରୀ କରିବା ଲାଗି ଏକ ମଡେଲ୍ ଅଭିଯାନ ହୋଇପାରିବା ସହ ଏହି ଅଂଚଳରେ ନିରନ୍ତର ବିକାଶ ମଡେଲ୍ ସୃଷ୍ଟି କରିବ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିପୁଲ୍ ଚାଟାର୍ଜୀ, ମୁଖ୍ୟ ସିଏସ୍ଆର, ହିଣ୍ଡାଲ୍କୋ ଗ୍ରୁପ୍, ଶ୍ରୀଯୁକ୍ତ ସୁଧାକର ବିଶ୍ୱାଳ, ସିଏଫ୍ଓ, ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶନୀ, ମୁଖ୍ୟ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି, ଶ୍ରୀଯୁକ୍ତ ଅମିତ ପଣ୍ଡା, ଡିଏଚ୍ ପ୍ରକ୍ୟୁରମେଂଟ୍ ଆଣ୍ଡ୍ ଷ୍ଟୋର୍ସ୍, ଶ୍ରୀଯୁକ୍ତ ଶିବ ମହାପାତ୍ର, ହେଡ୍ ସିଏସ୍ଆର୍, ଆର୍ଆଣ୍ଡ୍ଆର୍, ଲ୍ୟାଣ୍ଡ୍ ଓ ଲାୟଜନ ଏବଂ ଶ୍ରୀଯୁକ୍ତ ଟି ସୁରେଶ କୁମାର, ପ୍ରବନ୍ଧକ ବାଣିଜ୍ୟିକ, ୟୁଏଆଇଏଲ୍; ଓ ଶ୍ରୀଯୁକ୍ତ ଶରଦ ଭାର୍ଗବ, ସିଓଓ, ଫାଇନାନ୍ସ, ଶ୍ରୀଯୁକ୍ତ କୁଲଦୀପ ସିଂହ, ସିଓଓ, କାର୍ଯ୍ୟକ୍ରମ, ଶ୍ରୀଯୁକ୍ତ ଡି ଏସ୍ ରାଓ, ମୁଖ୍ୟ, ଷ୍ଟ୍ରାଟେଜିଜ୍ ପାର୍ଟନର୍ସିପ୍ ଓ ରିସୋର୍ସ ମୋବିଲାଇଜେସନ, ବିଆର୍ଏଲ୍ଏଫ୍ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ତନ୍ମୟ ମହାନ୍ତି, ସହକାରୀ ପ୍ରବନ୍ଧକ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି, ୟୁଏଆଇଏଲ୍ ଏହି ଅବଧିବେଶନର ସଂଯୋଜନା କରିଥିବା ବେଳେ ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories